27 June 2017
2:18:13 PM
image
Sambad News
ଝାରସୁଗୁଡ଼ା

ବଡ଼ ଚାଷୀଙ୍କ ପାଇଁ କାଳ ହେଲା କରାମାଡ଼

ବର୍ଷାରେ ଭିଜିଲା ଶହ ଶହ କ୍ୱିଣ୍ଟାଲ ଧାନ, ବିହନ ବି ନଷ୍ଟ

By Sambad | Date: Jan 4 2017 7:06AM
ବଡ଼ ଚାଷୀଙ୍କ ପାଇଁ କାଳ ହେଲା କରାମାଡ଼

ଝାରସୁଗୁଡ଼ା: ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ପ୍ରବଳ ବର୍ଷା ଓ କୁଆପଥର ମାଡ଼ରେ ବଡ଼ମାଳ ଅଞ୍ଚଳରେ ଚାଷୀମାନଙ୍କର ବିପୁଳ ଧାନ ନଷ୍ଟ ହୋଇଛି। ବିକ୍ରି ପାଇଁ ସେଗୁଡ଼ିକ ଖଳରେ ରହିଥିଲା। ସେହିପରି ବିହନ ଶସ୍ୟ ପାଇଁ ଖଳରେ ଶୁଖା ହୋଇ ରଖା ଯାଇଥିବା ଧାନ ମଧ୍ୟ ଖରାପ ହୋଇଥିବା ସୂଚନା ମିଳିଛି। ହିରମା ଗାଁର ଚାଷୀ ଦିଲୀପ ବଢ଼େଇଙ୍କ ଖଳାରେ ଥିବା ପ୍ରାୟ ୩ ଶହରୁ ଅଧିକ ବସ୍ତା ଧାନ କରା ମାଡ଼ରେ ନଷ୍ଟ ହୋଇଥିବା ବେଳେ ବିହନ ପାଇଁ ରହିଥିବା ଧାନ ବି ନଷ୍ଟ ହୋଇଛି।

ତେଣୁ ପ୍ରଶାସନ ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇ ଦେବାକୁ ଶ୍ରୀ ବଢ଼େଇ ଦାବି କରିଛନ୍ତି। ଅନ୍ୟପଟେ ଏହି କ୍ଷୟକ୍ଷତି ପାଇଁ ସେ ପ୍ରଶାସନକୁ ହିଁ ଦାୟୀ କରିଛନ୍ତି। ତାଙ୍କ କହିବାନୁସାରେ ଜଣେ ଚାଷୀ ଏକର ପ୍ରତି ୧୨ କ୍ୱିଣ୍ଟାଲ୍‌ ଧାନ ବିକିବାକୁ ଧାର୍ଯ୍ୟ କରିଥିବା ବେଳେ ସେ ହଜାରେ କ୍ୱିଣ୍ଟାଲ୍‌ରୁ ଅଧିକ ଧାନ ପାଇଥିବାରୁ ତାହା ସହଜେ ବିକ୍ରି କରିପାରି ନଥିଲେ। ଫଳରେ ସେଗୁଡ଼ିକୁ ବସ୍ତା କରି ଖଳାରେ ଗଦା କରିଥିଲେ। ଯାହାକି ସୋମବାର ସନ୍ଧ୍ୟା ବର୍ଷାରେ ନଷ୍ଟ ହୋଇଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।