26 May 2017
10:24:10 PM
image
Sambad News
ଝାରସୁଗୁଡ଼ା

ଦେଶୀ ମଦ ବିକ୍ରିକୁ ନେଇ ଗଣ୍ଡଗୋଳ, ମ୍ୟାନେଜର ଗୁରୁତର

By Sambad | Date: Jan 5 2017 10:10AM
ଦେଶୀ ମଦ ବିକ୍ରିକୁ ନେଇ ଗଣ୍ଡଗୋଳ, ମ୍ୟାନେଜର ଗୁରୁତର

ବରପାଲି: ବରପାଲି ବ୍ଲକ ପାଟକୁଲୁଣ୍ଡା ଦେଶୀ ମଦ ଭାଟିରେ ମଦ ବିକ୍ରିିକୁ ନେଇ ଗଣ୍ଡଗୋଳ ହେବା ଫଳରେ ମଦ ମ୍ୟାନେଜର ମହମ୍ମଦ ୟାସିନଙ୍କ ଦେହରେ ନିଆଁ ଲାଗିଥିଲା ଏବଂ ସେ ଗୁରୁତର ହୋଇଥିଲେ। ମଦ କିଣିବାକୁ ବସୁ ମେହେର ଭାଟିକୁ ଯାଇ ସେଠାରେ ଟଙ୍କା କମ ଥିବାରୁ ମଦନେଇ ପରେ ବାକି ଟଙ୍କା ଦେଇଦେବି ବୋଲି କହିଥିଲା। ଭାଟି ମ୍ୟାନେଜର ଉଧାରି ପାଇଁ ମନା କରିଥିଲେ। ଏହାକୁ କେନ୍ଦ୍ର କରି ଦୁହିଁଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା।

ନିକଟରେ ଥିବା ଏକ କିରୋସିନ ଲ୍ୟାମ୍ପକୁ ବସୁ ମେହେର ଧରି ଭାଟି ମ୍ୟାନେଜର ମହମ୍ମଦ ୟାସିନଙ୍କ ଉପରକୁ ଫିଙ୍ଗି ଦେଇଥିବାରୁ ତାଙ୍କ ଶରୀରରେ ନିଆଁ ଲାଗିଯାଇଥିଲା। ପାଟିତୁଣ୍ଡ ଶୁଣି ଭାଟିରେ ଥିବା ସହ କର୍ମଚାରୀ ୟାସିନଙ୍କୁ ଉଦ୍ଧାର କରିଥି ପ୍ରଥମେ ବରପାଲି ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବୁର୍ଲା ଓ ସେଠାରୁ ରାଉରକେଲାକୁ ଚିକିତ୍ସା ପାଇଁ ନିଆଯାଇଛି। ବରପାଲି ମଦଭାଟି ପରିଚାଳକ ଅବତାବ ଆଲମଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।
 

image