25 June 2017
9:05:04 AM
Sambad News
ଝାରସୁଗୁଡ଼ା

ମହିଳାଙ୍କ ମଦମୁକ୍ତି ଅଭିଯାନ

By Sambad | Date: Jan 12 2017 10:47AM
ମହିଳାଙ୍କ ମଦମୁକ୍ତି ଅଭିଯାନ

ଲଇକେରା: ମଦମୁକ୍ତି ଓଡ଼ିଶା ଗଠନ ପାଇଁ ଲୋକମୁକ୍ତି ସଂଗଠନର ଆହ୍ଵାନରେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ମୁଖ୍ୟାଳୟରେ ମହିଳାଙ୍କ ଦ୍ୱାରା ଏକ ରାଲି କରାଯାଇଥିଲା। ମଦ ବିକ୍ରିକୁ ସଂପୂର୍ଣ୍ଣ ନିଷେଧ କରିବା ସହ ମଦଭାଟିଗୁଡ଼ିକୁ ବନ୍ଦ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମହିଳାଙ୍କ ଦାବି ରହିଛି ଯେ ଲଇକେରା ବ୍ଲକ୍‌କୁ ସଂପୂର୍ଣ୍ଣ ମଦମୁକ୍ତ ଘୋଷଣା କରାଯାଇ ସମସ୍ତ ମଦଭାଟିକୁ ଉଚ୍ଛେଦ କରାଯାଉ, ୧୯୫୬ ଆଇନକୁ କାର୍ଯ୍ୟକାରୀ କରାଯାଇ ସମଗ୍ର ଓଡ଼ିଶାକୁ ମଦମୁକ୍ତ ଘୋଷଣା, ବେଆଇନ ମଦ ଓ କୁଚିଆ ମଦଭାଟି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ମଦଭାଟିକୁ ଅନୁମତି ଦେବା ପୂର୍ବରୁ ଗ୍ରାମସଭା, ପଲ୍ଲୀସଭାରେ ଅନୁମୋଦନ, ସଭାରେ ୫୦ ପ୍ରତିଶତ ମହିଳାଙ୍କ ଉପସ୍ଥିତି ସହ ମଦ୍ୟପାନ ଯୋଗୁଁ ଘଟୁଥିବା ହିଂସାକାଣ୍ଡକୁ ରୋକିବା ପାଇଁ ପଦକ୍ଷେପ ନେବା ସହ ମହିଳାଙ୍କ ଅଧିକାର ଏବଂ ସୁରକ୍ଷାକୁ ନିଶ୍ଚିତ କରାଯିବାକୁ ଦାବି କରାଯାଇଛି। ଏହି ଅବସରରେ ଶତାଧିକ ମହିଳା କଲେଜ ଛକରୁ ଏକ ବିରାଟ ଶୋଭାଯାତ୍ରା କରିଥିଲେ। ମଦ ବିରୋଧୀ ସ୍ଲୋଗାନ ଦେଇ ବ୍ଲକ୍‌ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାର ନେତୃତ୍ୱ ନେଇଥିଲେ ସଂଗଠନର ଆବାହକ ଅନନ୍ତ ପଣ୍ଡା।