29 March 2017
8:39:12 PM
Sambad News
ରାଜ୍ୟ

ବେଲପାହାଡ଼ : ଅପହରଣ ପରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଗଣଦୁଷ୍କର୍ମ

ଦୁଷ୍କର୍ମ ପରେ ରାସ୍ତାରେ ଫିଙ୍ଗି ଦେଲେ

By Sambad | Date: Jan 12 2017 1:30PM
ବେଲପାହାଡ଼ : ଅପହରଣ ପରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଗଣଦୁଷ୍କର୍ମ

ବେଲପାହାଡ଼/ ଝାରସୁଗୁଡ଼ା: ଗତକାଲି  ସନ୍ଧ୍ୟାରେ ଏକ ଧଳା ବେଲେରୋରେ  ଜଣେ ଯୁବତୀଙ୍କୁ ବଳପୂର୍ବକ ଅପହରଣ କରିନେଇ  ୬ ଜଣ ବନ୍ଧୁକ ଦେଖାଇ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜଣାପଡ଼ିବା ସମଗ୍ର ସହରରେ ଉତ୍ତେଜନା ଦେଖାଦେଇଛି। 
 
ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ,  ବେଲପାହାଡ଼ରେ ଜଣେ ଯୁବତୀ (୨୫ ବର୍ଷ) ନିଜ ସ୍ୱାମୀଙ୍କ ସହିତ ଭଡ଼ାଘରେ ରୁହନ୍ତି। ସ୍ୱାମୀଙ୍କ ଦେହ ଖରାପ ଥିବାରୁ ସେ ନିକଟରେ ଥିବା ଏକ ମେଡିସିନ୍‌ ଦୋକାନରୁ ଔଷଧ କିଣି ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଫେରୁଥିବା ବେଳେ ୨ ଜଣ ଯୁବକ ତାଙ୍କ ପଛେ ପଛେ ଆସିଥିଲେ।  ହଠାତ ଆଗରେ ରଖାଯାଇଥିବା ଏକ ଧଳାରଙ୍ଗର ବୋଲେରୋରେ ଜୋର  ଜବରଦସ୍ତ ଏହି ଯୁବକମାନେ ତାଙ୍କୁ ନେଇ ଲଖନପୁର ଆଡକୁ ପଳାଇଥିଲେ।  ବାଟରେ ଏକ ଫୁଟବଲ ପଡ଼ିଆ ନିକଟରେ ବୋଲେରୋରେ ଥିବା ୬ ଜଣ ଯୁବକ ତାଙ୍କୁ ବନ୍ଧୁୁକ ଦେଖାଇ ଦୁଷ୍କର୍ମ କରିବା ପରେ ରାତି ପ୍ରାୟ ସାଢ଼େ ୯ଟା ବେଳେ ତାଙ୍କୁ ବେଲପାହାଡ଼ଠାରୁ ଅଳ୍ପ ଦୂରରେ ଫିଙ୍ଗି ଦେଇ ପଳାଇଥିଲେ। 
 
ଯୁବତୀ ଜଣକ ବେଲପାହାଡ଼ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ,  ଯୁବକମାନେ ହିନ୍ଦୀରେ କଥା ହେଉଥିଲେ। ସେମାନଙ୍କ ମଧ୍ୟରୁ ଜଣକ ନାମ ସମୀର ଖା ଓ ଅନ୍ୟ ଜଣେ ରାଜା ବୋଲି ସେମାନେ କଥାବାର୍ତ୍ତା ବେଳେ ଯୁବତୀ ଜଣକ ଜାଣି ପାରିଥିଲେ।  ଏ କଥା କାହାକୁ ଜଣାଇଲେ ତାଙ୍କୁ ହତ୍ୟା କରାଯିବ ବୋଲି ଦୁର୍ବୃତ୍ତମାନେ  ଯୁବତୀଙ୍କୁ ଧମକ ଦେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି।  ପୁଲିସ ସମ୍ପୃକ୍ତ ଯୁବତୀଙ୍କୁ ନେଇ  ତାଙ୍କୁ  ଯେଉଁଠାରେ ଦୁଷ୍କର୍ମ ହୋଇଥିବା ସନ୍ଦେହ କରାଯାଉଛି ସେଠାକୁ ନେଇ ତଦନ୍ତ ଆରମ୍ଭ କରିଛି।