29 March 2017
10:51:12 AM
Sambad News
କଳାହାଣ୍ଡି

ଭିଜିଲାନ୍ସ ଜାଲରେ ତହସିଲ ଅଫିସ କିରାଣି

By Sambad | Date: Dec 24 2016 5:58AM
ଭିଜିଲାନ୍ସ ଜାଲରେ ତହସିଲ ଅଫିସ କିରାଣି

ମ.ରାମପୁର : କଳାହାଣ୍ଡି ଜିଲ୍ଲା ମ.ରାମପୁର ତହସିଲର ଅଫିସର କିରାଣି ନବେଶ୍ୱର ନାଗ ଲାଞ୍ଚ ନେବା ବେଳେ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି। କର୍ଲାବାହାଲି ଗାଁର ଦୟାସାଗର ସାହୁ ନିଜ ଜମିର ମ୍ୟୁଟେସନ ପାଇଁ ଗତ ୩ ମାସ ହେଲା ଆବେଦନ କରିଥିଲେ। ହେଲେ ମ୍ୟୁଟେସନ୍‌ ବିଭାଗରେ ଥିବା କିରାଣି ଶ୍ରୀ ନାଗ ଏହି କାମ ପାଇଁ ଦୟାସାଗରଠାରୁ ୩ ହଜାର ଟଙ୍କା ଦାବି କରିଥିଲେ। ଦାୟାସାଗର ମ୍ୟୁଟେସନ ପାଇଁ ବାରମ୍ବାର ଅଫିସକୁ ଦୌଡ଼ିଲେ ମଧ୍ୟ ଲାଞ୍ଚ ବିନା କାମ ହୋଇ ପାରିଲା ନାହିଁ। ଫଳରେ ସେ ଭିଜିଲାନ୍‌ସ ବିଭାଗରେ ଅଭିଯୋଗ କରିଥିଲେ। 

 
ଶୁକ୍ରବାର ଅଫିସ ଭିତରେ ଦୟାସାଗର ଉକ୍ତ କିରାଣିଙ୍କୁ ୩ ହଜାର ଟଙ୍କା ଦେଉଥିବା ବେଳେ ଛପି ରହିଥିବା ଭିଜିଲାନ୍ସ ଦଳ ତାଙ୍କୁ କାବୁ କରି ନେଇ ଥିଲେ। ତାଙ୍କଠାରୁ ୨ ହଜାର ଟଙ୍କିଆ ନୋଟ୍‌ ଖଣ୍ଡେ ଓ  ୫ ଶହ ନୋଟ୍‌ ଦୁଇ ଖଣ୍ଡ ଜବତ କରିଥିଲେ। ଅଧିକ ତଦନ୍ତ ପାଇଁ ତାଙ୍କୁ ଭବାନୀପାଟଣା ନେଇ ଯାଇଥିଲେ। ଏହି ଚଢାଉରେ ଭାବନୀପାଟଣା ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦ, ଇନ୍ସପେକ୍ଟର ସଦାନନ୍ଦ ପାଣି ଓ ନରେନ୍ଦ୍ର ବେହେରା ପ୍ରମୁଖ ସାମିଲ ଥିଲେ।