25 June 2017
8:56:57 AM
Sambad News
କଳାହାଣ୍ଡି

ଜୁନାଗଡ଼: ପୋଲ ତଳକୁ ଟ୍ରାକ୍ଟର ଖସି ଡ୍ରାଇଭର ମୃତ

By Sambad | Date: Dec 24 2016 6:00AM
ଜୁନାଗଡ଼: ପୋଲ ତଳକୁ ଟ୍ରାକ୍ଟର ଖସି ଡ୍ରାଇଭର ମୃତ

ଜୁନାଗଡ଼ : ଜୁନାଗଡ଼ ଥାନା ଜାରିଂ ନର୍ସରି ନିକଟରେ ଜାତୀୟ ରାଜପଥ-୨୬ରେ ପୋଲ ତଳକୁ ଏକ ଟ୍ରାକ୍ଟର ଖସି ପଡ଼ିଥିଲା। ଘଟଣାସ୍ଥଳରେ ଡ୍ରାଇଭର ମୃତ୍ୟୁ ହୋଇଥିଲା। ଡ୍ରାଇଭର ଜଣକ ଜାରିଂ ପଞ୍ଚାୟତ ଘଣ୍ଟବାହିଲି ଗ୍ରାମର ସୁରେଶ ବିଶ୍ୱାଳ(୩୮) ବୋଲି ଜଣାଯାଇଛି।
 
ଜୁନାଗଡ ବ୍ଲକର ମୁଣ୍ଡରାଗୁଡା ପଞ୍ଚାୟତରୁ ସେଣ୍ଟ୍ରିଂ ପ୍ଲେଟ ଧରି ଏକ ଟ୍ରାକ୍ଟର ଜାରିଂ ଅଭିମୁଖେ ଆସୁଥିବା ମେଡିକାଲ ପାଖ ନର୍ସରି ସମ୍ମୁଖରେ ଥିବା ଏକ ପୋଲ ତଳକୁ ଖସି ପଡ଼ିଥିଲା। ରାସ୍ତା ଉପରୁ ପୋଲର ଉଚ୍ଚତା ପ୍ରାୟ ୧୫ ଫୁଟ ଥିବା ବେଳେ ଡ୍ରାଇଭର ସହ ଜଣେ ସହଯୋଗୀ ଟ୍ରାକ୍ଟରରେ ବସିଥିଲେ। ଡ୍ରାଇଭରଙ୍କ ଉପରେ ଟ୍ରାକ୍ଟରର ଚେସିସ ସହିତ ବୋଝେଇ ପ୍ଲେଟ ଅଜାଡି ହୋଇ ପଡ଼ିଥିଲା। ପୋଲ ତଳେ ଦୁଇ ଫୁଟ ପାଣି ପ୍ରବାହିତ ହେଉଥିବାରୁ ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଥିବା କୁହାଯାଉଛି। ସହଯୋଗୀ ଜଣକ ଡେଇଁ ପଡ଼ି ଅଳ୍ପକେ ବର୍ତ୍ତିଯାଇ ଥିଲେ। ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଜୁନାଗଡ଼ ପୁଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ଏସ୍‌ଆଇ ସୁବାସ ଚନ୍ଦ୍ର ମିଶ୍ର ଘଟଣାର ତଦନ୍ତ କରୁଛନ୍ତି।