23 May 2017
5:57:32 PM
image
Sambad News
କଳାହାଣ୍ଡି

୩ ବାଇକ ଦୁର୍ଘଟଣା, ଜଣେ ମୃତ ୩ ଗୁରୁତର

By Sambad | Date: Dec 26 2016 12:07AM
୩ ବାଇକ ଦୁର୍ଘଟଣା, ଜଣେ ମୃତ ୩ ଗୁରୁତର
Photo by : odishasuntimes.com

ଭବାନୀପାଟଣା : ଭବାନୀପାଟଣା ସହରସ୍ଥିତ ଇଂଜିନିୟରିଂ କଲେଜପାଖ ସିଂଝରନ ଛକରେ ୩ଟି ବାଇକ ଦୁର୍ଘଟଣାରେ ଜଣେ ମୃତ ଓ ୩ ଗୁରୁତର ଭାବେ ଆହତ ହେବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳିଯାଇଛି । 
 
ପୁଲିସ ସୂତ୍ରରୁ ପ୍ରକାଶ ଯେ, କଳାହାଣ୍ଡି ସଦର ଥାନା  ଇଂଜିନିୟରିଂ କଲେଜ ନିକଟ ସିଂଝରନ ଛକ ଠାରେ ଭବାନୀପାଟଣା ସହରରୁ ପୁରୁଣାପଡ଼ାରୁ ଏକ ଟିଭିଏସ୍‌ ବାଇକ୍‌ (ଓଆର ୦୮ଇ ୫୨୨୫)ରେ ଯାଉଥିବା ବେଳେ ଜୁନାଗଡରୁ ଭବାନୀପାଟଣା ଅଭିମୁଖେ ଆସୁଥିବା ପଲସର ବାଇକ ଗାଡ଼ି (ଓଆର୦୮ ଡି ୪୯୫୨) ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ସେହି ସମୟରେ ଆସୁଥିବା ସ୍କୁଟି ମେଷ୍ଟ୍ରୋ ମଧ୍ୟ ପଛରୁ ପିଟି ହୋଇଥିଲା। ୩ଟି ବାଇକ ଦୁର୍ଘଟଣାରେ ଏକ୍ସେଲ ଆରୋହୀ ସଦାଶିବ ପ୍ରଧାନ(୬୬) ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପଲସର ଆରୋହୀ ଜୁନାଗଡ଼ ବ୍ଲକର ଗୋଲାମୁଣ୍ଡା ଗାଁର ଜଗଦୀଶ ନାଏକ(୨୨)ଙ୍କ ଗୋଡ଼ ଭାଙ୍ଗିଯାଇଥିବା ବେଳେ ଅନ୍ୟ ଜଣେ ବାହାଦୁର ବଗିଚାପଡ଼ାର ଅବଦୁଲ୍ଲା ଆହତ ହୋଇଛନ୍ତି। ସ୍କୁଟିିି ଆରୋହୀ ଗୋଲାମୁଣ୍ଡା ବ୍ଲକର ବୃନ୍ଦାବାହାଲ ଗାଁର ପ୍ରବୀଣ ରାଉତ(୨୮) ଆହତ ହୋଇଥିବା ବେଳେ ତାଙ୍କ ଭଉଣୀ ସୁବାସିନୀ ନାଏକ ଅଳ୍ପକେ ଆହତରୁ ବର୍ତ୍ତି ଯାଇଛନ୍ତି। 
 
ଦେଢଘଣ୍ଟା ବିଳମ୍ବ ପରେ ବିଘଟଣାସ୍ଥଳକୁ ୧୦୮ ଆମ୍ବୁଲାନ୍ସ ନ ପହଞ୍ଚବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏକ ଘରୋଇ ଗାଡ଼ିରେ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ  ଭର୍ତ୍ତି କରାଯାଇଛି। ସଦରଥାନା ଏଏସ୍‌ଆଇ ବୈଷ୍ଣବ ନାଏକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ ଏକ ମାମଲା ରୁଜୁ କରାଯାଇଛି।  ମୃତ ସଦାଶିବ ପ୍ରଧାନ ବାଦଲିରେ ଅନୁଷ୍ଠିତ ହେବାକୁ ଥିବା କୁର୍ମୀ ସମାଜର ବୈଠକରେ ଯୋଗ ଦେବାକୁ ଯାଉଥିଲେ। ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ବୈଠକ ବାତିଲ ହୋଇଥିଲା।

image