24 July 2017
8:14:13 AM
image
Sambad News
କଳାହାଣ୍ଡି

ଅଟୋରେ ପିକନିକ ଯାତ୍ରା ହେଲା ମହାଯାତ୍ରା

By Sambad | Date: Dec 29 2016 9:43AM
ଅଟୋରେ ପିକନିକ ଯାତ୍ରା ହେଲା ମହାଯାତ୍ରା

ଭବାନୀପାଟଣା ସହର ଟିଭି ସେଣ୍ଟର ପଡ଼ାର ୭ ଜଣ ସାଙ୍ଗ ଏକ ଅଟୋ (ଓଡି ୦୮ ଏ ୭୨୧୪) ଓ ଏକ ସ୍କୁଟିରେ ଫୁରଲିଝରନକୁ ବଣଭୋଜି ପାଇଁ ଯାଇଥିଲେ। ଅଟୋକୁ ମୁଖ୍ୟ ରାସ୍ତା କଡ଼ରେ ରଖି ଜଳପ୍ରପାତ ପାଖରେ ଭୋଜି କରିଥିଲେ। ଭୋଜି ଖାଇ ଘରକୁ ଯିବାକୁ ଅଟୋରେ ବସିଥିଲେ। ଚାଳକ ଶଙ୍କର୍ଷଣ ହଂସ ଅଟୋ ଷ୍ଟାର୍ଟ କରିବା ସମୟରେ ହଠାତ୍‌ ଦଶ ଚକିଆ ଟ୍ରକ ଉପରେ ଥିବା ପକଲିନ ମେସିନ ଅଟୋ ଉପରେ ଚାପି ହୋଇଗଲା। ଘଟଣାସ୍ଥଳରେ ଅଟୋ ଚାଳକ,  ସସ୍ମିତା ଲହଜଲ ସବୁଦିନ ପାଇଁ ଆଖିବୁଜି ଦେଇଥିଲେ। ଅଟୋରେ ପିକିନିକ ଯାତ୍ରା ମହାଯାତ୍ରାରେ ପରିଣତହେଲା।

ଦୁର୍ଘଟଣାଗ୍ରସ୍ତ ଅଟୋଟି ଚୂରମାର ହୋଇଛି। ସେହିଭଳି ଏହି ପିକନିକ ଦଳର ପ୍ରଭାତୀ କାଣ୍ଡ ଓ ସସ୍ମିତା ନାଗ ସ୍କୁଟି ନିକଟକୁ ଆସି ଘରକୁ ଫେରିବା ବେଳେ ହଠାତ୍‌ ସେମାନଙ୍କ ଉପରକୁ ଟ୍ରକ ମାଡ଼ିଗଲା। ଗୋଟିଏ ପରିବାରର ପ୍ରଭାତୀ କାଣ୍ଡଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଭାଇ ମହେଶ କାଣ୍ଡଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସସ୍ମିତା ନାଗ ମଧ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।