29 March 2017
2:47:19 PM
Sambad News
କଳାହାଣ୍ଡି

ଫୁରଲିଝରନ ମର୍ମନ୍ତୁଦ ଦୁର୍ଘଟଣା : ଡ୍ରାଇଭର ବିଶ୍ୱାମିତ୍ରକୁ କୋର୍ଟଚାଲାଣ

By Sambad | Date: Dec 31 2016 9:56AM
ଫୁରଲିଝରନ ମର୍ମନ୍ତୁଦ ଦୁର୍ଘଟଣା : ଡ୍ରାଇଭର ବିଶ୍ୱାମିତ୍ରକୁ କୋର୍ଟଚାଲାଣ

ଭବାନୀପାଟଣା: ଭବାନୀପାଟଣା ସଦର ଥାନା ଫୁରଲିଝରନରେ ବୁଧବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ଏବେ ମଧ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ସଦର ଥାନା ପୁଲିସ ଶୁକ୍ରବାର ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ଡ୍ରାଇଭର ବିଶ୍ୱାମିତ୍ର ଦେହୁରୀକୁ କୋର୍ଟଚାଲାଣ କରିଛି। ଟ୍ରକ ମାଲିକ ବିରୋଧରେ ଏପର୍ଯ୍ୟନ୍ତ ପୁଲିସ ଜେରା ନ କରାଯାଇ ନାହିଁ। ମୃତ ପରିବାରକୁ ୨୦ ଲକ୍ଷଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ କଳାହାଣ୍ଡି ଦଳିତ ସେନା ପକ୍ଷରୁ ଦୃଢଦାବୀ କରାଯାଇଛି । ଟ୍ରକ ମାଲିକ ବାଙ୍ଗାଲୋରରେ ଥିବା ଯୋଗୁଁ ଜେରା କରାଯାଇ ନାହିଁ ଓ ଗାଡ଼ିର କାଗଜପତ୍ର ଯାଞ୍ଚ ପରେ ଯଦି ତ୍ରୁଟିଥାଏ ତାହେଲେ ମାଲିକଙ୍କ ବିରୋଧରେ ପଦକ୍ଷେପ ନିଆଯିବ ବୋଲି ପୁଲିସ କହିଛି।