21 July 2017
1:57:17 AM
image
Sambad News
କଳାହାଣ୍ଡି

ଅନୈତିକ ସମ୍ପର୍କରୁ ଯୁବକଙ୍କୁ ହତ୍ୟା!

By Sambad | Date: Jan 3 2017 1:52AM
ଅନୈତିକ ସମ୍ପର୍କରୁ ଯୁବକଙ୍କୁ ହତ୍ୟା!
Photo by : i.ytimg.com

ଲାଞ୍ଜିଗଡ଼ : ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ନର୍ଲା ଥାନା ଅନ୍ତର୍ଗତ ମାହେଶ୍ୱରୀପୁର ଗାଁର ରବୀନ୍ଦ୍ର ସୁନା (୨୧)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ସହ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଫେରାର୍‌ ଅଛି। ମାସେ ତଳେ ଏସ୍‌ବିଆଇର ରିକଭରି ଅଫିସର ଭାବେ ଯୋଗ ଦେଇଥିବା ରବୀନ୍ଦ୍ର ଗତ ୩୧ତାରିଖରେ  ଡିଉଟିକୁ ଯାଇ ଆଉ ଘରକୁ ଫେରିନଥିଲେ। ଘରଲୋକେ ଖୋଜି ଖୋଜି ନ ପାଇବାରୁ ପ୍ରଥମେ ଶିକେରକୁପା ଫାଣ୍ଡି ଓ ପରେ ନର୍ଲା ଥାନାରେ ଅଭିଯୋଗ କରିଥିଲେ। 
 
ତେବେ ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ  ରବୀନ୍ଦ୍ର ୩୧ ତାରିଖ ରାତିରେ ଘରକୁ ନଫେରି ଜଣେ ସମ୍ପର୍କୀୟଙ୍କ ଘରେ ଶୋଇଥିଲେ। ସେହି ପଡ଼ାର ଜଣେ ବିବାହିତା ମହିଳାଙ୍କ ସହ ତାଙ୍କ ଅନୈତିକ ସଂପର୍କ ଥିଲା ଏବଂ ସଂପୃକ୍ତ ମହିଳାଙ୍କ ସ୍ୱାମୀ ପୂର୍ବରୁ ଧମକ ଚମକ ଦେଇଥିବା ପୁଲିସ ଜାଣିପାରିଥିଲା। ସନ୍ଦେହରେ ସେହି ମହିଳାଙ୍କ ପୁଅକୁ ପୁଲିସ ଧରି ପଚରା ଉଚରା କରିବା ବେଳେ ତାର ବାପା ମନୋଜ ବାଗ ଓ ଆଉ ତିନି ଜଣ ମିଶି ରବୀନ୍ଦ୍ରଙ୍କୁ ହତ୍ୟାକରି ଗାଁ ନିକଟ ସାନ୍ଦୁଲ ନଦୀକୂଳରେ  ଥିବା ଏକ ଖାଲରେ ଫିଙ୍ଗି ଦେଇଥିବା ଜଣାପଡ଼ିଥିଲା। ଉକ୍ତ ସୂଚନା ଆଧାରରେ ପୁଲିସ ମାହେଶ୍ୱରୀପୁର ଗାଁର ୪ ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଥିଲା। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମନୋଜ ଏଯାଏଁ ପୁଲିସ ହାତରେ ଧରା ପଡ଼ି ନାହିଁ।