30 March 2017
10:03:13 PM
Sambad News
କଳାହାଣ୍ଡି

ଛାତ୍ର ନିଖୋଜ ନେଇ ଥାନାରେ ଏତଲା

By Sambad | Date: Jan 5 2017 9:19AM
ଛାତ୍ର ନିଖୋଜ ନେଇ ଥାନାରେ ଏତଲା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବସଷ୍ଟାଣ୍ଡରୁ ସ୍ଥାନୀୟ ସ୍ୱାଗତ ଆଇଟିସିର ଛାତ୍ର ତାପସ ରଂଜନ ପାଣିଗ୍ରାହୀ ମଙ୍ଗଳବାର ଅପରାହ୍ନରୁ ନିଖୋଜ ହୋଇଛନ୍ତି। ମଙ୍ଗଳବାର ଆଇଟିଆଇ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ଖବର ପାଇ ନିଜର ଟିଭିଏସ ଷ୍ଟାର ସିଟି ବାଇକ (ଓଡି୦୮ ସି ୯୭୨୩)କୁ ଗୁଲାମ ଅଟୋ ଡିଲରଙ୍କୁ ୩୦ ହଜାର ଟଙ୍କାରେ ବିକ୍ରି କରିଥିଲେ।

ସେଠାରୁ ବସଷ୍ଟାଣ୍ଡକୁ ଆସି ନିଜଘର ଜୁନାଗଡ ଅଭିମୁଖେ ଆସିବା ପାଇଁ ବସ ଅପେକ୍ଷାରେ ଥିଲେ। ପରିବାର ଲୋକଙ୍କୁ ମଧ୍ୟ ଘରକୁ ଆସୁଛି ବୋଲି ଫୋନ କରିଥିଲେ। କିନ୍ତୁ ସେ ଆଉ ଘରକୁ ପହଞ୍ଚିନଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରି ବି ପତ୍ତା ପାଇ ନଥିଲେ। ତାଙ୍କ ମୋବାଇଲ ବି ସ୍ୱିଚଅଫ ଥିଲା। ଏ ନେଇ ବୁଧବାର ସନ୍ଧ୍ୟାରେ ପରିବାର ଲୋକେ ଭବାନୀପାଟଣା ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି।