23 May 2017
6:36:34 AM
image
Sambad News
କଳାହାଣ୍ଡି

ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ : ଦିନକରେ ୪ ଶିଶୁ ମୃତ

By Sambad | Date: Jan 9 2017 6:16AM
ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ : ଦିନକରେ ୪ ଶିଶୁ ମୃତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଶନିବାର ୪ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

 
ପ୍ରକାଶ ଯେ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଗୋଲାମୁଣ୍ଡା ବ୍ଲକର ପଟୁଆଚୁରା ଗାଁର ହରିଶ୍ଚନ୍ଦ୍ର ଗୁଆଙ୍କ ସ୍ତ୍ରୀ ବବି ଗୁଆଙ୍କ ପ୍ରସବ ହୋଇଥିଲା। ହେଲେ ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ଘଟିଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେହିଭଳି ଅନ୍ୟ ୩ ଜଣ ନବଜାତ ଶିଶୁର ମଧ୍ୟ ଚିକିତ୍ସା ଅବହେଳାରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏ ନେଇ ପରିବାରବର୍ଗ ସିଡିଏମଓଙ୍କୁ ଫେରାଦ ହୋଇଥିଲେ।  ଏନେଇ ସିଡିଏମଓଙ୍କୁ ପଚାରିବାରୁ ଗୋଟିଏ ଗର୍ଭପାତ ଘଟଣା ଓ ଅନ୍ୟ ତିନିଟିର ପୂର୍ଣ୍ଣ ଶରୀର ବିକଶିତ ହୋଇ ନ ଥିବାରୁ ମୃତ୍ୟୁ ଘଟିଛି ବୋଲି କହିଥିଲେ।

image