24 July 2017
8:08:00 AM
image
Sambad News
କଳାହାଣ୍ଡି

ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଜାରି

ପୋଷ୍ଟମାଷ୍ଟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା

By Sambad | Date: Jan 11 2017 12:02PM
ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଜାରି

ଲଡୁଗାଁ: କୋକସରା ବ୍ଲକ ଆମପାଣି ଥାନା ଡୁଡୁକାଠେଙ୍ଗା ଗାଁର ଡାକ  କର୍ମଚାରୀ ଶ୍ୟାମସୁନ୍ଦର ଖମାରୀଙ୍କ ସନ୍ଦେହ ଜନିତ ମୃତ୍ୟୁ ଘଟଣାରେ ପୁଲିସ ତନାଘନା  ଚଳାଇଛି। ପୁଲିସ ଜିଲା ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁରର ସହାୟତାରେ ଘଟଣା ସ୍ଥଳକୁ ପହଂଚି ତଦନ୍ତ ଜାରି ରଖିଛି। ତେବେ ମଙ୍ଗଳବାର ସଂଧ୍ୟା ସୁଦ୍ଧା କୌଣସି ସନ୍ଧାନ ମିଳିନଥିବା ପୁଲିସ କହିଛି। ଅନ୍ୟପଟେ ମୃତ କର୍ମଚାରୀଙ୍କ ପରିବାର ପକ୍ଷରୁ ଏହା ଏକ ଯୋଜନା ବଦ୍ଧ  ହତ୍ୟାକାଣ୍ଡ ବୋଲି ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।
ପୋଷ୍ଟମାଷ୍ଟର ଶ୍ରୀ ଖମାରୀ ଡାକ ନେଇ ଆମପାଣିକୁ ଯାଇଥିଲେ।

ତାଙ୍କ ମୃତ ଦେହ  ବାଟରେ ଥିବା ଶିବ ମନ୍ଦିର ନିକଟରେ ମିଳିଥିଲା। ତାଙ୍କ ପକେଟରେ ଥିବା ମନିପର୍ସ ଓ ଚେକ୍‌ଟି ବି ନଥିଲା। ପୁଲିସ ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ ଏ. ସୁରେଶ କହିଛନ୍ତି। ମଙ୍ଗଳବାର କୋକସରା ଡାକ୍ତରଖାନାରେ ଶବ ବ୍ୟବଛେଦ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଗଲା ବୋଲି ଆମପାଣି ଏଏସଆଇ କାହ୍ନଚରଣ ପଣ୍ଡା କହିଛନ୍ତି। ଗତ ୬ମାସ ତଳେ ମୃତ ଶ୍ୟାମସୁନ୍ଦର ଓ ମୁଙ୍ଗୁନାପଦରର ସୁରେନ୍ଦ୍ର ନାଗ ସହ ବାଇକରେ ମୁହାଁମୁହିଁ ଧକ୍କା ହୋଇଥିଲେ। ଶ୍ୟାମସୁନ୍ଦରଙ୍କ ଗୋଡ ଭାଙ୍ଗିଯାଇଥିଲା। ବର୍ତ୍ତମାନ ଉକ୍ତ ମାମଲାର କେସ କୋର୍ଟରେ  ବିଚାରଧୀନ ରହିଛି। କୋର୍ଟ ନୋଟିସ ପାଇବା ପରେ କୋର୍ଟରେ ହାଜିର ହୋଇନଥିବା କାରଣ ଯୋଗୁଁ  ସୁରେନ୍ଦ୍ରଙ୍କ ନାମରେ ଓ୍ଵାରେଣ୍ଟ ଜାରି ହୋଇଛି। ଏହି କାରଣରୁ ତାଙ୍କ ବାପାକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ମୃତ ଶ୍ୟାମସୁନ୍ଦରଙ୍କ ପୁଅ ନୀଳ ଓ ପରିବାର ଲୋକ ଅଭିଯୋଗ କରିଛନ୍ତି।