23 August 2017
3:39:24 PM
image
Sambad News
ରାଜ୍ୟ

ଦାରିଙ୍ଗବାଡ଼ିରେ ତୁଷାରପାତ

By Sambad | Date: Dec 21 2016 5:25AM
ଦାରିଙ୍ଗବାଡ଼ିରେ ତୁଷାରପାତ
Photo by : 2.bp.blogspot.com

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଆଜି ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି। ଏଥି ସହିତ ଆଜି କନ୍ଧମାଳରେ ଚଳିତବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି। ଅପରପକ୍ଷେ, ଦାରିଙ୍ଗବାଡ଼ିର ଦୁର୍ଗମ ଅଞ୍ଚଳ  ଓ ବେଲଘର ଆଖପାଖ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ଶୂନ ଓ କେତେକ ସ୍ଥାନରେ ଶୂନ ଡିଗ୍ରି ସେଲ୍‌ସିୟସ୍‌ ତଳେ ରହିଥିବା  ବେସରକାରୀ ତଥ୍ୟରୁ ଜଣାଯାଇଛି। 

 
ଉଲ୍ଲେଖଯୋଗ୍ୟ, କିଛି ଦିନ ଧରି କ୍ରମାଗତ ତାପମାତ୍ରା ହ୍ରାସ ଯୋଗୁଁ ଜିଲ୍ଲାର ଅଧିକାଂଶ ସ୍ଥାନରେ ଥଣ୍ଡା ଲହରି ସାଙ୍ଗକୁ ଶୀତ ପ୍ରକୋପ  ବଢ଼ିବାରେ ଲାଗିଛି। ଜିଲ୍ଲାର ପ୍ରାୟ ସମସ୍ତ ଅଞ୍ଚଳରେ ଲୋକେ ହାଡ଼ଭଙ୍ଗା ଜାଡ଼ରେ ଥରିବାରେ ଲାଗିଛନ୍ତି। ତେବେ ଆଜି ତାପମାତ୍ରା ୪ ଡିଗ୍ରିକୁ ଖସି ଆସିବା ପରେ ଦାରିଙ୍ଗବାଡ଼ି ବ୍ଲକ୍‌ର କିଲାବାଡ଼ି, ଗ୍ରୀନବାଡ଼ି, କଫି ବଗିଚ଼ା, ଚ଼ାରି ଛକ ଚତୁଃପାର୍ଶ୍ୱ, ହାଇସ୍କୁଲ ଇଲାକା, ସିମନବାଡ଼ି, ଶ୍ରାନିକେତା, କାଟିଙ୍ଗା, ଝିଞ୍ଜିରିଗୁଡ଼ା, ମହାଗୁଡ଼ି ମେରାମହା, ପୁଇଗୁଡ଼ା, ଛଡ଼ାକିଆ, ସିକରମାହା ଓ ଗଦାପୁର ଅଞ୍ଚଳରେ ତୁଷାରପାତ ହୋଇଥିିଲା।