23 May 2017
6:35:47 AM
image
Sambad News
କନ୍ଧମାଳ

୫୯ନଂ ଜାତୀୟ ରାଜପଥ ଜବରଦଖଲ ଉଛେଦ ୩୦ ପରେ

By Sambad | Date: Dec 21 2016 6:00AM
୫୯ନଂ ଜାତୀୟ ରାଜପଥ ଜବରଦଖଲ ଉଛେଦ ୩୦ ପରେ

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ ଦୁଇ ପାର୍ଶ୍ୱ ଜବରଦଖଲ ଉଛେଦ ନେଇ ଆଜି ତହସିଲ ପକ୍ଷରୁ ମାଇକ ଜରିଆରେ ଘୋଷଣା କରାଯାଇଛି। ଜାତୀୟ ରାଜପଥ ଦାରିଙ୍ଗବାଡ଼ି ବଜାର ମଧ୍ୟ ଦେଇ ଯାଇଛି। ଉଭୟ ପାର୍ଶ୍ୱରେ ଦୋକାନ ବଜାର ସହିତ ଟାକ୍ସି, ଅଟୋ ଓ ଯାତ୍ରୀବାହୀ ବସ ରହଣି କାରଣରୁ ଅଧିକାଂଶ ସମୟ ଅବରୋଧ ହୋଇ ରହୁଛି।

ଦାରିଙ୍ଗବାଡ଼ିକୁ ଓଡ଼ିଶାର କାଶ୍ମୀର ଭାବେ ବିବେଚନା କରା ଯାଉଥିବା ବେଳେ ବର୍ଷସାରା ଦେଶୀ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଯୋଗୁଁ ୨୪ ଘଣ୍ଟା ଟ୍ରାଫିକ୍‌ ଜାମ୍‌। ରାସ୍ତା ଦୁଇପାର୍ଶରେ ଦୋକାନ ବଜାର ସହିତ ଟାକ୍ସି, ଅଟୋ ଓ ଯାତ୍ରୀବାହୀ ଓ ଟୁରିଷ୍ଟ ବସ ରହି ଅବରୋଧ ହେଉଥିବାରୁ ଯାତ୍ରୀ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଅଳିଆ ଆବର୍ଜନାରେ ଦାରିଙ୍ଗବାଡ଼ିର ପ୍ରକୃତିକ ସୌନ୍ଦର୍ଯ୍ୟ ନଷ୍ଟ କରୁଛି।

ଏହାକୁ ଦୃଷ୍ଟିରେ ରଖି ଜିଲା୍ଲପାଳଙ୍କ ନିର୍ଦ୍ଦେଶରେ ତହସିଲ ପକ୍ଷରୁ ଜବରଦଖଲ ଉଛେଦ ଅଭିଯାନ ଗତ ନଭେମ୍ବର ପହିଲାରୁ ଆରମ୍ଭ କରା ଯାଇଥିଲେ ହେଁ କିଛି ବ୍ୟକ୍ତି ଓ ଟାକ୍ସି, ଅଟୋ, ଯାତ୍ରୀବାହୀ ବସ୍‌ ହଟୁନାହିଁ। ଏଣୁ ଆଜି ପୁଣି ତହସିଲ ପକ୍ଷରୁ ମାଇକ ପ୍ରଚାର କରାଯାଇ ଆସନ୍ତା ୩୦ ତାରିଖ ସୁଦ୍ଧା ଜାତୀୟ ରାଜପଥ ଦୁଇ ପାର୍ଶ୍ୱରୁ ଜବରଦଖଲକାରୀ ହଟିଯିବାକୁ କୁହାଯାଇଛି। ନଚେତ ୩୦ ତାରିଖ ପରେ ପ୍ରଶାସନ ଉଛେଦ ଅଭିଯାନ ଚଳାଇବ ବୋଲି ଚେତାଇ ଦିଆଯାଇଛି।

image