26 February 2017
11:40:26 AM
Sambad News
କନ୍ଧମାଳ

ସ୍କୁଲ୍‌ ବିଦ୍ୟୁତ୍‌ ବିଲ୍‌ ମଞ୍ଜୁରି ପାଇଁ ଲାଞ୍ଚ : ଭିଜିଲାନ୍ସ ପଞ୍ଝାରେ ମଙ୍ଗଳ ସଂପ୍ରସାରଣ ଅଧିକାରୀ

By Sambad | Date: Dec 23 2016 2:42AM
ସ୍କୁଲ୍‌ ବିଦ୍ୟୁତ୍‌ ବିଲ୍‌ ମଞ୍ଜୁରି ପାଇଁ ଲାଞ୍ଚ : ଭିଜିଲାନ୍ସ ପଞ୍ଝାରେ ମଙ୍ଗଳ ସଂପ୍ରସାରଣ ଅଧିକାରୀ

ଦାରିଙ୍ଗବାଡ଼ି : ସ୍ଥାନୀୟ ବ୍ଲକ୍‌ କିରିକୁଟି ଉଚ୍ଚ଼ବିଦ୍ୟାଳୟର ବିଦ୍ୟୁତ୍‌ ବିଲ୍‌ ମଞ୍ଜୁରି ପାଇଁ ଲାଞ୍ଚ ନେଇ ଦାରିଙ୍ଗବାଡ଼ି ବ୍ଲକ୍‌ ମଙ୍ଗଳ ସଂପ୍ରସାରଣ ଅଧିକାରୀ ରଞ୍ଜନ ଜେନା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କ ଠାରୁ ରାସାୟନିକ ପଦାର୍ଥ ବୋଳା ୬ହଜାର ଟଙ୍କା ଜବତ ହୋଇଛି।

 
କିରିକୁଟି ଉଚ୍ଚ଼ବିଦ୍ୟାଳୟର ବିଦ୍ୟୁତ୍‌ ବିଲ୍‌ ୩୪,୮୧୨ଟଙ୍କାକୁ ମଞ୍ଜୁର କରିବା ପାଇଁ ଶ୍ରୀ ଜେନା ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ସିଂଙ୍କୁ ୬ହଜାର ଟଙ୍କା ଦାବି କରିଥିଲେ। ଶ୍ରୀ ସିଂଙ୍କର ଡୁସାରୀ ଗାଁ ଉଚ୍ଚ ବିଦ୍ୟାଳୟକୁ ବଦଳି ହୋଇଥିବାରୁ ବିଲ୍‌ ହସ୍ତାନ୍ତର ଆବଶ୍ୟକ ପଡ଼ିଥିଲା। ତେଣୁ ଗତ ମର୍ଚ୍ଚ଼ ମାସରେ ଉକ୍ତ ବିଦ୍ୟୁତ୍‌ ବିଲ୍‌ ଅର୍ଥର ମଞ୍ଜୁରି ପାଇଁ ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ ଅନୁରୋଧ କରିବା ପରଠାରୁ ସେ ଲାଞ୍ଚ  ଦାବିକରି ଆସିଥିଲେ। ଏ ନେଇ ଶ୍ରୀ ସିଂ ବୌଦ୍ଧ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ପ୍ରକାରେ, ଆଜି ପ୍ରଧାନଶିକ୍ଷକ ଶ୍ରୀ ସିଂଙ୍କ ଠାରୁ  ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶ୍ରୀ ଜେନା ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିନେଇଥିଲେ।