21 January 2017
10:57:19 PM
image
Sambad News
କନ୍ଧମାଳ

ଗଞ୍ଜେଇ ଚାଲାଣ ବେଳେ ଦୁଇ ଗିରଫ

By Sambad | Date: Dec 28 2016 5:20AM
ଗଞ୍ଜେଇ ଚାଲାଣ ବେଳେ ଦୁଇ ଗିରଫ

ଖଜୁରୀପଡ଼ା: ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ରାଣୀପଥରର ହରିବନ୍ଧୁ ବେହେରା(୨୮) ଓ ପେଟାମୁଣ୍ଡାର କୁଳମଣି ପ୍ରଧାନ(୪୦)ଙ୍କୁ ପୁଲିସ ଆଜି ସୁଡ୍ରୁକୁମ୍ପା ଫାଣ୍ଡି ଅନ୍ତର୍ଗତ ବାପାମେରୁ ଦୁର୍ଗମ ଅଞ୍ଚଳରୁ ଗିରଫ କରିଛି । ସେମାନଙ୍କ ଠାରୁ ୧୦ କିଲୋ ଗଞ୍ଜେଇ ସମେତ ଏକ ହିରୋ ସ୍ପ୍ଲେଣ୍ଡର ମୋଟର ସାଇକଲ( ଓଡି ୨୭ - ୦୨୭୩) ଜବତ କରାଯାଇଛି । ସୁଡ୍ରୁକୁମ୍ପା ଫାଣ୍ଡି ଅଞ୍ଚଳରେ ପ୍ରଚୁର ଗଞ୍ଜେଇ ଚାଲାଣ ହେଉଥିଲେହେଁ କେହି ଗିରଫ ହୋଇ ପାରୁନଥିଲେ।

ତେବେ ଫାଣ୍ଡି ଅଧିକାରୀ ବସନ୍ତ ବେହେରାଙ୍କ ପ୍ରଚେଷ୍ଟାରେ ପ୍ରଥମ ଥର ପାଇଁ ଗଞ୍ଜେଇ ଚାଲାଣକାରୀଙ୍କୁ ଜବତ କରାଯାଇଥିବାରୁ ଅଞ୍ଚଳରେ ସନ୍ତୋଷ ପ୍ରକାଶ ପାଇଛି । ଅଭିଯୁକ୍ତଙ୍କ ବିରୋଧରେ କେସ ନଂ ୧୪୪/୨୦୧୬ରେ ମକଦ୍ଦମା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସଦର ଥାନାଧିକାରୀ ରାଧାକାନ୍ତ ସାହୁ ପ୍ରକାଶ କରିଛନ୍ତି।