26 May 2017
2:53:18 PM
image
Sambad News
କନ୍ଧମାଳ

ଅନୁରୋଧ ପରେ ଆନ୍ଦୋଳନ ହଟିଲା

କାର୍ଯ୍ୟରେ ଯୋଗ ଦେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ

By Sambad | Date: Jan 3 2017 6:28AM
ଅନୁରୋଧ ପରେ ଆନ୍ଦୋଳନ ହଟିଲା

ଫୁଲବାଣୀ,: ପଞ୍ଚାୟତରାଜ ବିଭାଗ ସଚିବଙ୍କ ଅନୁରୋଧ ରକ୍ଷା କରି ଆନ୍ଦୋଳନରୁ ହଟିଛନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ। ଆଜି ସେମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆରଏସିପି ଅସଂଗତି ଦୂର କରିବା, ସର୍ବନିମ୍ନ ପେନସନ ବ୍ୟବସ୍ଥା, ପିଏ ଓ ଜିପିିଓ ପଦବିକୁ ନିର୍ବାହୀ ଅଧିକାରୀଙ୍କୁ ଶତପ୍ରତିଶତ ପଦୋନ୍ନତିି ପ୍ରଦାନ,ଶିକ୍ଷାଗତ ଯୋଗ୍ୟତା ସ୍ନାତକ କରିବା ଆଦି ଦାବି ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ  ଗତ ଡିସେମ୍ବର ୫ ତାରିଖଠାରୁ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇ ଥିଲେ। ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହୋଇଛି।

ଏବେ କିଛି କରି ହେବ ନାହିଁ। ନିର୍ବାଚନ ଶେଷ ପରେ ଆଚରଣ ବିଧି ଉଠିବା ପରେ ଦାବି ଗୁଡିକ ବିଚାର କରାଯାଇ ପଦକ୍ଷେପ ନିଆଯିବ। ତେଣୁ ସମସ୍ତେ କାର୍ଯ୍ୟରେ ଯୋଗ ଦେବା ସହ ପଞ୍ଚାୟତ ନିର୍ବାଚନରେ ସହଯୋଗ କରିବାକୁ ବିଭାଗୀୟ ସଚିବ ଜିଲ୍ଲାପାଳଙ୍କ ଜରିଆରେ ଅନୁରୋଧ କରିବା ପରେ ଆଜିଠାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଯଦି ପ୍ରତିଶ୍ରୁତି ଅନୁଯାୟୀ ଦାବି ପୂରଣ କରା ନ ଯାଏ ତାହା ହେଲେ ପୁଣି ଆନ୍ଦୋଳନ କରାଯିବ ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ କନ୍ଧମାଳ ଜିଲ୍ଲା ଶାଖା ସଭାପତି ପଦ୍ମଚରଣ ମହାନ୍ତି, ସମ୍ପାଦକ ମହେଶ କୁମାର ପଟ୍ଟନାୟକ, ଉପସଭାପତି ଅନିଲ କୁମାର ପଟ୍ଟନାୟକ, ସହସମ୍ପାଦକ ଶିଶିର କୁମାର ତ୍ରିପାଠୀ ଏବଂ ମୁଖପାତ୍ର ଅମ୍ବୁଜ କୁମାର ମହାନ୍ତି ପ୍ରମୁଖ କହିଛନ୍ତି।

image