22 August 2017
4:45:50 PM
image
Sambad News
କନ୍ଧମାଳ

ଦୁଷ୍କର୍ମ ଉଦ୍ୟମ ପରେ ଶାଶୂଙ୍କୁ ଗଳା ଚିପି ହତ୍ୟା କଲା ଜ୍ୱାଇଁ!

By Sambad | Date: Jan 5 2017 2:57AM
ଦୁଷ୍କର୍ମ ଉଦ୍ୟମ ପରେ ଶାଶୂଙ୍କୁ ଗଳା ଚିପି ହତ୍ୟା କଲା ଜ୍ୱାଇଁ!
Photo by : timesofindia.indiatimes.com

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ଟମରବାଡି (ବେରେଡାକିଆ) ଗ୍ରାମରେ ଶାଶୂଙ୍କୁ ବଳାତ୍କାର ଉଦ୍ୟମ, ପ୍ରତିବାଦ କରିବାରୁ ଗଳାଚିପି ହତ୍ୟା କରା ଯାଇଥିବା ଥାନାରେ ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ଝିଅବତୀ ପ୍ରଧାନ(୪୫)। ଏନେଇ ତାଙ୍କ ଝିଅ ମାନିନୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଜ୍ୱାଇଁ କୁଶଳ ଚନ୍ଦ୍ର ପ୍ରଧାନ(୩୮)ଙ୍କ ନାଁରେ ମାମଲା ରୁଜୁ କରିଛି। କୁଶଳଙ୍କୁ ମାସେଡିକିଆ ଜଙ୍ଗଲରୁ ଅଟକ ରଖି ପଚରାଉଚରା କରାଯାଉଛି।
 
ମିଳିଥିବା ସୂଚନା ଅନୁଯାୟୀ, କୁଶଳ ଜଣେ ଅଟୋ ଡ୍ରାଇଭର୍‌ ଓ ନିଜ ଶାଶୁଘରେ ରହନ୍ତି। ଗତକାଲି ଭୋର ୫ଟାରେ ସମସ୍ତେ ଶୋଇଥିବା ସମୟରେ କୁଶଳ ଶାଶୂଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ସେ ପାଟି କରିବାରୁ ଏକ ପଥର ଦ୍ୱାରା ଆକ୍ରମଣ କରିବା ସହ ତଣ୍ଟି ଚିପି ଦେଇଥିଲେ। ଝିଅ ଚିତ୍କାର ଶୁଣି ଉଠିବାରୁ ଜ୍ୱାଇଁ କୁଶଳ ଘର ଦୌଡ଼ି ଫେରାର ହୋଇ ଯାଇଥିଲେ। ଶାଶୁ ଶ୍ୱାସରୁଦ୍ଧ ଅବସ୍ଥାରେ ଛଟପଟ ହେଉଥିବା ବେଳେ ଗୁରୁତର ଅବସ୍ଥାରେ ପ୍ରଥମେ ରାଇକିଆ ମେଡିକାଲ ଓ ପରେ ଫୁଲବାଣୀ ଜିଲ୍ଲା ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ହେଲେ ଫୁଲବାଣୀ ଯିବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।