28 April 2017
3:58:34 AM
image
Sambad News
କନ୍ଧମାଳ

ଆଦିବାସୀ ଯୁବତୀଙ୍କୁ ଥାନା ଏସ୍‌ଆଇଙ୍କ ଦୁଷ୍କର୍ମ!

By Sambad | Date: Jan 7 2017 5:15AM
ଆଦିବାସୀ ଯୁବତୀଙ୍କୁ ଥାନା ଏସ୍‌ଆଇଙ୍କ ଦୁଷ୍କର୍ମ!
Photo by : deccanchronicle.com

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଏସ୍‌ଆଇ ଶିବଶଙ୍କର ଆଲଦାଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ।  ଶ୍ରୀ ଆଲଦାଙ୍କ ନିଜ ଘର ମୟୁରଭଞ୍ଜ ଅଞ୍ଚଳର ଜଣେ ଯୁବତୀଙ୍କ ଅଭିଯୋଗ କ୍ରମେ କନ୍ଧମାଳ ଏସ୍‌ପିିଙ୍କ ନିର୍ଦ୍ଦେଶରେ ବାଲିଗୁଡ଼ା ପୁଲିସ ଏକ ମାମଲା ରୁଜୁ କରିଛି। ଅଭିଯୋଗ ଅନୁଯାୟୀ, କିଛି ମାସ ତଳେ ଯୁବତୀ ଜଣଙ୍କ ଘରେ ଏକୁଟିଆ ରହିଥିବା ସୁଯୋଗରେ ଶ୍ରୀ ଆଲଦା ଜୋର ଜବରଦସ୍ତ ଦୁଷ୍କର୍ମ କରିବା ସହ ଏକଥା  ପ୍ରଘଟ କି ଅଭିଯୋଗ ନକରିବାକୁ ହତ୍ୟା ଧମକ ଦେଇଥିଲେ। ଏହା ପରେ ବିବାହର ପ୍ରଲୋଭନ ଦେଖାଇ ସେ ଯୁବତୀଙ୍କୁ ବାଲିଗୁଡ଼ା ସ୍ଥିତ ନିଜ କ୍ୱାର୍ଟରକୁ ଡକାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ଗତକାଲି  ଯୁବତୀ ଜଣକ ବାଲିଗୁଡ଼ା ଆସି ବିବାହ ପାଇଁ ଜିଦ୍‌ ଧରିବାରୁ ଶ୍ରୀ ହାଲଦା ଧରାଛୁଆଁ ଦେଇନଥିଲେ। ପରେ ଫୋନ କରି ଜେଲରେ ଭରିଦେବି କହି ଧମକ ଦେଇଥିଲେ। ଫଳରେ ଯୁବତୀ ଜଣକ ନ୍ୟାୟ ପ୍ରଦାନ ଗତକାଲି ଏସ୍‌ପି ପିନାକ ମିଶ୍ରଙ୍କୁ ଫେରାଦ ହୋଇଥିଲେ।

image