23 February 2017
5:49:38 AM
Sambad News
କନ୍ଧମାଳ

ପୁଲିସ ଓ ଅବକାରୀ ମିଳିତ ଚଢାଉ

୧୧ କୋଟି ଟଙ୍କାର ଗଂଜେଇ ଗଛ ନଷ୍ଟ

By Sambad | Date: Jan 7 2017 11:27AM
ପୁଲିସ ଓ ଅବକାରୀ ମିଳିତ ଚଢାଉ

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଗୋହିବେରେଣା ଗାଁ ପାର୍ଶ୍ୱବର୍ତ୍ତୀ ଜଙ୍ଗଲରେ ଆଜି ପୁଲିସ ଓ ଅବକାରୀର ମିିଳିତ ଚଢାଉ କରାଯାଇ ୧୧ କୋଟି ଟଙ୍କା ମୂଲ୍ୟର ଗଂଜେଇ ଗଛ କାଟିବା ସହ ପୋଡି ନଷ୍ଟ କରାଯାଇଛି। ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୧୧୦ ଏକର ଜାଗାରୁ ୧ ଲକ୍ଷ ୧୦ ହଜାର ଗଂଜେଇ ଗଛ କଟା ଯାଇଛି।

ମାଜିଷ୍ଟ୍ରେଟ୍‌ ଆକାଶ ରଂଜନ ସାହୁଙ୍କ ଉପସ୍ଥିତିରେ ଫୁଲବାଣୀ ଉପଖଣ୍ଡ ପୁଲିସ ଅଧିକାରୀ ପ୍ରଭାତଚନ୍ଦ୍ର ପାଣିଗ୍ରାହୀ, ଅବକାରୀ ଅଧିକ୍ଷକ ନଳିନୀ କୁମାର ବେହେରା, ଫିରିଙ୍ଗିଆ ଥାନାଧିକାରୀ ଧୀରେନ କୁମାର ବେହେରା, ଅବକାରୀ ଇନ୍ସପେକ୍ଟର ଉମାଶଙ୍କର ପ୍ରଧାନଙ୍କ ନେତୃତ୍ୱରେ ଗଂଜେଇ କଟା ଅଭିଯାନ ହୋଇଥିଲା। ଏଥିରେ ପୁଲିସ ଫୋର୍ସ, ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀ ସାମିଲ ଥିଲେ। କେଶ ନଂ ୬/୧୭ରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।