22 February 2017
9:21:31 AM
Sambad News
କେନ୍ଦ୍ରାପଡ଼ା

ରାତିଅଧିଆ କାଟିନେଲେ ଚନ୍ଦନ କାଠ

By Sambad | Date: Dec 30 2016 12:01PM
ରାତିଅଧିଆ କାଟିନେଲେ ଚନ୍ଦନ କାଠ

ଆଳି,: ଆଳି ଥାନା ନିଆଳ ଗ୍ରାମରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ଚନ୍ଦନ ଗଛ କାଟି ନେଇଛନ୍ତି।  ଚୋରି କାଠର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।        
ମିଳିଥିବା ସୂଚନା ଅନୁସାରେ, ଗ୍ରାମର ବିଷ୍ଣୁ ଚରଣ ଦାଶଙ୍କ ଘର ଆଗରେ ପ୍ରାୟ ୨୫ ବର୍ଷ ତଳର ଦୁଇଟି ଚନ୍ଦନ ଗଛ ରହିଥିଲା। ଚୋର ମାନେ ଗତକାଲି ବିଳମ୍ବିତ ରାତିରେ ଏହି ଗଛ କାଟି ନେଇଯାଇଥିଲେ। ଚୋରମାନେ ଘର ନିକଟରେ ଥିବା ସିମେଣ୍ଟ ପାଚେରି ଡେଇଁ ହତା ଭିତରକୁ ପଶିଥିଲେ। ବିଦ୍ୟୁତ ଖୁଣ୍ଟରୁ ଲାଇନ୍‌ ସଂଯୋଗ କାଟିବା ସହିତ  ବାହାର ପଟୁ ଘର କବାଟ ବନ୍ଦ କରି ଏହି କାଣ୍ଡ ଭିଆଇଥିଲେ।

ଗତ୪ ମାସ ତଳେ ଚୋରମାନେ ଆଳି ବରାହ ମନ୍ଦିର ପରିସରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ଓ ମାସକ ପରେ ଆଳି ନୂଆ ବଜାରରେ ଥିବା ପ୍ରସନ୍ନ ସିଂଙ୍କ ଘର ଆଗରୁ ବହୁ ମୂଲ୍ୟବାନ ଚନ୍ଦନ ଗଛ ଚୋରି କରି ନେଇଥିଲେ। ଆଳି ଅଞ୍ଚଳରେ ଲଗାତର ଚୋରି, ହତ୍ୟା ଘଟଣା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ସୋମବାର ରାତିରେ ରାଏସରପୁର ଛକ ବଜାରସ୍ଥିତ  ଏକ ସୁନା ଦୋକାନ ଓ ମଙ୍ଗଳବାର ରାତିରେ ସିଙ୍ଗିରି ବଜାରର ଦୁଇଟି ଦୋକାନରୁ ଚୋରି ଘଟଣା ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।