24 September 2017
10:57:28 PM
Sambad News
କେନ୍ଦ୍ରାପଡ଼ା

ବିମୁଦ୍ରାକରଣର ୫୦ ଦିନ: ସରୁନି ଲମ୍ବା ଧାଡ଼ି

By Sambad | Date: Dec 31 2016 12:08PM
ବିମୁଦ୍ରାକରଣର ୫୦ ଦିନ: ସରୁନି ଲମ୍ବା ଧାଡ଼ି

ରାଜନଗର, : ବିମୁଦ୍ରାକରଣର ୫୦ ଦିନ ପରେ ବି’ ଟଙ୍କା ପାଇଁ ସମସ୍ୟା ଦୂର ହୋଇନି। ରାଜନଗର ବ୍ଲକର ବିଭିନ୍ନ ସ୍ଥାନରେ ଥିବା ବ୍ୟାଙ୍କ୍‌ ସମ୍ମୁଖରେ ଲୋକ ଏବେ ବି’ ଲମ୍ବାଧାଡିରେ ଛିଡା ହେଉଛନ୍ତି। ରାଜନଗରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ପ୍ରତିଦିନ ଶହ ଶହ ଲୋକେ ଧାଡିରେ ଛିଡା ହୋଇ ରହୁଛନ୍ତି। ଆଜି ପୁରୁଣା ଟଙ୍କା ଦାଖଲର ଶେଷ ଦିନରେ ବ୍ୟାଙ୍କ ସମ୍ମୁଖରେ ୪ଟି ଧାଡ଼ି ଲାଗିଥିଲା। ଟଙ୍କା ଉଠାଣ ପାଇଁ ଠେଲାପେଲା ହେଉଥିବା ଦେଖିବାକୁ ମିଳଥିଲା। ସାଧାରଣ ଲୋକେ ଧାନକଟା ସମୟରେ କାମଦାମ ଛାଡି ଦିନତମାମ ଟଙ୍କା ପାଇଁ ଧାଡ଼ିରେ ଛିଡା ହେଉଥିବାରୁ ଅସନ୍ତୋଷ ଜାହିର କରିଛନ୍ତି।

image