20 February 2017
12:22:03 AM
Sambad News
କେନ୍ଦ୍ରାପଡ଼ା

ଖରାଖାଇଙ୍କ ପୀଠରେ ମହୁମାଛି ଆକ୍ରମଣ: ୬୦ ଭକ୍ତ ଆହତ

By Sambad | Date: Jan 2 2017 5:36AM
ଖରାଖାଇଙ୍କ ପୀଠରେ ମହୁମାଛି ଆକ୍ରମଣ: ୬୦ ଭକ୍ତ ଆହତ

ରାଜକନିକା : ରାଜକନିକା ବ୍ଲକ୍‌ ଅନ୍ତର୍ଗତ ଶିଆଳିଆର ପ୍ରସିଦ୍ଧ ଦେବୀ ମା’ ଖରାଖାଇଙ୍କ ପୀଠରେ ଆଜି ବଣୁଆ ମହୁମାଛିଙ୍କ ଆକ୍ରମଣ ଯୋଗୁଁ ପ୍ରାୟ ୬୦ ଜଣ ଭକ୍ତ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନିଜଣ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।  ନବବର୍ଷ ଉପଲକ୍ଷେ ପ୍ରସିଦ୍ଧ କବାଟ ନ ଥିବା ଗ୍ରାମ ତରାସର ଶିଆଳିଆରେ ପ୍ରତିଷ୍ଠିତ ଦେବୀ ମା’ ଖରାଖାଇଙ୍କ ପୀଠରେ ଭକ୍ତଙ୍କ ଗହଳି ଲାଗି ରହିଥିଲା। ଦିନ ପ୍ରାୟ ସାଢ଼େ ୧୧ଟାରେ ହଠାତ୍‌ ମା’ଙ୍କ ପୀଠରେ ବଣୁଆ ମହୁମାଛି ଭକ୍ତ ଓ ଦୋକାନୀଙ୍କୁ ଆକ୍ରମଣ କରିଥିଲେ।