21 January 2017
4:17:17 PM
image
Sambad News
କେନ୍ଦ୍ରାପଡ଼ା

ଅଲିଭ୍‌ରିଡ୍‌ଲେଙ୍କ ଅଣ୍ଡାଦାନ

By Sambad | Date: Jan 2 2017 9:50PM
ଅଲିଭ୍‌ରିଡ୍‌ଲେଙ୍କ ଅଣ୍ଡାଦାନ

ରାଜନଗର : ଅଣ୍ଡାଦାନ ଲାଗି ଗହୀରମଥାରେ ବିରଳ ଅଲିଭ୍‌ରିଡ୍‌ଲେ କଇଁଛ ଭିଡ ଜମାଇଛନ୍ତି। ୩ ଦିନ ହେଲା ବାବୁବାଲି ଓ ଅଗରନାଶିରେ ଏହି ବିରଳ କଇଁଛ ବିକ୍ଷୀପ୍ତ ଭାବେ ଅଣ୍ଡାଦାନ କରୁଥିବା ଦେଖିବାକୁ ମିଳିଛି। ପ୍ରାୟ ୧୦ଟି କଇଁଛ ଅଣ୍ଡା ଦେଇଥିବା ଜଣାପଡ଼ିଛି। 
 
ମିଳିଥିବା ସୂଚନା ମୂତାବକ, ସପ୍ତାହ ହେଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ବାବୁବାଲି, ଅଗରନାଶୀ-୧, ନାସୀ-୨, ହବାଳିଖଟି, ବରୁଣେଇ, ସାତଭାୟା, ପେଣ୍ଠ ସଂଲଗ୍ନ ବଙ୍ଗୋପସାଗର ଜଳରାଶିରେ ହଜାରହଜାର ଅଲିଭ୍‌ରିଡ୍‌ଲେ କଇଁଛ ଭିଡ ଜମାଇଛନ୍ତିି। ଏବେ ଏହି କଇଁଛଙ୍କ  ସଙ୍ଗମ ପ୍ରକ୍ରିୟା ଚାଲିଛି। ଏବେ ସମୁଦ୍ର କୂଳ ଠାରୁ ୧  କିମି ମଧ୍ୟରେ କଇଁଛମାନେ ଦଳଦଳ ହୋଇ ଭାସୁଥିବା ଦେଖିବାକୁ ମିଳିଛି। 
 
ଏହି କଇଁଛଙ୍କ ସୁରକ୍ଷା ପାଇଁ ବନବିଭାଗ, କୋଷ୍ଟଗାର୍ଡ, ମତ୍ସ୍ୟବିଭାଗ ଓ ସାମୁଦ୍ରିକ ଥାନା ପକ୍ଷରୁ ମିଳିତ ପଇଁତରା ଦିଆଯାଉଛି। ଏମାନଙ୍କ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।