23 May 2017
6:33:34 AM
image
Sambad News
କେନ୍ଦ୍ରାପଡ଼ା

ଦୁଇ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

By Sambad | Date: Jan 7 2017 11:51AM
ଦୁଇ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ମହାକାଳପଡା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତସ୍ଥିତ ଗାନ୍ଧିଜୀ ବିଦ୍ୟାପୀଠର ଦୁଇ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଘଟଣାର ତଦନ୍ତ କରି କାଯ୍ୟର୍ାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାକୁ ନେଇ ଆଜି ସ୍କୁଲ ସମ୍ମୁଖରେ ଅଭିଭାବକମାନେ ପହଞ୍ଚି ହୋହଲ୍ଲା କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।
 

ଘଟଣାରୁ ପ୍ରକାଶ ଯେ, ଗତକାଲି ସ୍କୁଲ ଚାଲିଥିବା ବେଳେ ବିଦ୍ୟାଳୟର ଜନୈକ ଶିକ୍ଷକ ଛାତ୍ରୀ ଦ୍ୱୟଙ୍କୁ ପାଖକୁ ଡ଼ାକି ଅସଦାଚରଣ କରିଥିଲେ। ଛାତ୍ରୀ ଦ୍ୱୟ ସ୍କୁଲ ଛୁଟି ପରେ ଘରକୁ ଫେରି ଅଭିଭାବକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଅଭିଭାବକମାନେ ବିଦ୍ୟାଳୟକୁ ଆସି ପ୍ରଧାନଶିକ୍ଷକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ପ୍ରଧାନଶିକ୍ଷକ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନଙ୍କୁ ଡକାଇ ଏକ ବୈଠକ କରିଥିଲେ। ଏଥିସହ ଘଟଣା ସମ୍ପର୍କରେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଅବଗତ କରାଯାଇଥିଲା। ସଂପୃକ୍ତ ଶିକ୍ଷକଙ୍କୁ ତୁରନ୍ତ ବିଦ୍ୟାଳୟରୁ ବଦଳି କରାଯିବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି।

image