01 May 2017
2:08:34 AM
image
Sambad News
କେନ୍ଦୁଝର

କେନ୍ଦୁଝରରେ ମମତା ଉତ୍ସବ

By Sambad | Date: Dec 27 2016 6:46AM
କେନ୍ଦୁଝରରେ ମମତା ଉତ୍ସବ

କେନ୍ଦୁଝର: ମମତା ଯୋଜନାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଚଳିତବର୍ଷ କେନ୍ଦୁଝର ଜିଲ୍ଳା ସାରା ରାଜ୍ୟରେ ଦ୍ୱିତୀୟ ପୁରସ୍କାର ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ଡ. ଏନ ତିରୁମାଲା ନାଏକଙ୍କୁ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। କେନ୍ଦୁଝର ମମତା ଯୋଜନାରେ କାର୍ଯ୍ୟ କରୁଥିବା ଅଧିକାରୀ ଏବଂ କର୍ମଚାରୀ ଉତ୍ସାହିତ ହୋଇ ଆଜି ସ୍ଥାନୀୟ ଦରବାର ହଲରେ ଏହାକୁ ମମତା ଉତ୍ସବ ଭାବେ ପାଳନ କରିଛନ୍ତି ।

ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ  ସଂଗ୍ରାମ କେଶରୀ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଶିଶୁ ଓ ମାତୃ ମୃତ୍ୟୁ ନିୟନ୍ତ୍ରଣ ହେଲେ ଦେଶ ବିକାଶରେ ଏହା ସହାୟକ ହେବ ବୋଲି କହିଥିଲେ।  ଉପ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ସିଡିଏମଓ ଡାକ୍ତର କବିନ୍ଦ୍ର ପ୍ରସାଦ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ରାୟଗୁରୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଜଗନ୍ନାଥ ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମମତା ଉତ୍ସବ ପ୍ରସଙ୍ଗିକତା ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସଂଜୀବ ବାରିକ୍‌ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ଏହି ଅବସରରେ ବେବି ସୋ’  ପ୍ରଦର୍ଶିତ ହେବା ସହିତ ୩ ଜଣ ଉତ୍ତମ ସ୍ୱାସ୍ଥ୍ୟବାନ ଶିଶୁଙ୍କୁ ପୁରସ୍କୃତ କରାଯାଇଥିଲା। ଯୋଜନାର ଉତ୍କର୍ଷତା ପାଇଁ ଘଟଗାଁ ପ୍ରକଳ୍ପକୁ ପ୍ରଥମ, ତେଲକୋଇକୁ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ପ୍ରକଳ୍ପଗୁଡ଼ିକୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।

image