30 April 2017
10:39:04 AM
image
Sambad News
କେନ୍ଦୁଝର

ଯୋଗ ଦେଲେ ଓଲିଉଡ୍‌ କଳାକାର

By Sambad | Date: Dec 31 2016 11:56AM
ଯୋଗ ଦେଲେ ଓଲିଉଡ୍‌ କଳାକାର

କେନ୍ଦୁଝର: କେନ୍ଦୁଝର ବର୍ଷା କ୍ଲବର ଏକ ବନ୍ଧୁ ମିଳନ ଉତ୍ସବ ଆଜି ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ବଡ଼ଘାଗରାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବର୍ଷା କ୍ଲବର ଶତାଧିକ ସଦସ୍ୟ ସାମିଲ ହୋଇଥିଲେ। ଏଥିରେ ଅତିଥି ଭାବେ ଓଲିଉଡ ହାସ୍ୟ ଅଭିନେତା ହରିହର ମହାପାତ୍ର ଯୋଗ ଦେଇ ଉତ୍ସବ ମାହୋଲକୁ ଦିଗୁଣିତ କରିଥିଲେ । ବର୍ଷା କ୍ଲବର ସଦସ୍ୟମାନେ ହରିହରଙ୍କ ସହ ନାଚଗୀତ କରିବା ସହିତ ବଡଘାଗରାର ପ୍ରାକୃତିକ ଦୃଶ୍ୟର ମଜା ଉଠାଇଥିଲେ ।

ପରେ ହାସ୍ୟ ଅଭିନେତା ହରିହର ଶୁଆକାଟୀସ୍ଥିତ କମ୍ୟୁନିଟି ସେଣ୍ଟର ବର୍ଷା କ୍ଲବ ଏବଂ ଜୟଦୁର୍ଗା କ୍ଲବର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ମନୋରଂଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ହରିହର ବିଭିନ୍ନ ସିନେମାରେ ତାଙ୍କ ଦ୍ୱାରା ପ୍ରଦର୍ଶିତ କମେଡି ଏବଂ ନୃତ୍ୟ  ପରିବେଷଣ କରି କଳାକରାଙ୍କୁ ଉତ୍ସାହିତ କରିଥିଲେ ।  ନୃତ୍ୟଗୁରୁ ଗୁରୁ ଦାସ, ନୃତ୍ୟ ଶିକ୍ଷୟିତ୍ରୀ ଶୁଭଶ୍ରୀ ପଟ୍ଟନାୟକ, ହେମନ୍ତ ତନ୍ତୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କେନ୍ଦୁଝର ଜିଲ୍ଲା କଳାକାର ସଂଘ ସଂପାଦକ ନିର୍ମଳ ଚନ୍ଦ୍ର ନାୟକ ଏହାର ସଂଯୋଜନା କରିଥିଲେ ।

image