17 January 2017
2:24:46 PM
Sambad News
ରାଜ୍ୟ

ଆଉ ୮ ମୃତ କାଉ ଉଦ୍ଧାର

ଟିକାକରଣ ଓ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

By Sambad | Date: Jan 3 2017 1:34AM
ଆଉ ୮ ମୃତ କାଉ ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ସହରବାସୀଙ୍କୁ ଡରେଇଲାଣି ବାର୍ଡ ଫ୍ଲୁ। ଗତକାଲି କେତେଟି କାଉର ମୃତଦେହ ମିଳିବା ପରେ ଆଜି ୮ଟି ମୃତ କାଉ ଉଦ୍ଧାର ହେବା ଘଟଣା ସହରବାସୀଙ୍କୁ ଚିନ୍ତାରେ ପକାଇଛି। ଅନ୍ୟପକ୍ଷରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ସହର ଆଖପାଖ ଅଞ୍ଚଳର କୁକୁଡ଼ାଙ୍କଠାରୁ ସିରମ୍‌ ସାମ୍ପୁଲ ସଂଗ୍ରହ କରାଯିବା ସହ ଟିକାକରଣ ଏବଂ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। 

 
ରବିବାର କେନ୍ଦୁଝର ମାଇନିଂ ରୋଡ୍‌ରେ କେତେଟି କାଉ ମରି ପଡ଼ିଥିବା ଖବର ପାଇ ପ୍ରାଣୀ ଚିକିତ୍ସା ବିଭାଗର ଏକ ଟିମ୍‌ ଘଟଣାସ୍ଥଳରୁ ମୃତ କାଉଗୁଡ଼ିକୁ ଭୁବନେଶ୍ୱର, କଲିକତା ଏବଂ ଭୋପାଳସ୍ଥିତ ପରୀକ୍ଷାଗାରକୁ ପଠାଇଥିଲେ। ଆଜି ପୁଣି ମାଇନିଂ ରୋଡ୍‌ ଓ ମନୋଜ ମଞ୍ଜରୀ ଶିଶୁଭବନ ରୋଡ୍‌ରେ କାଉ ମଡ଼କ ଦେଖିବାକୁ ମିଳିଥିଲା। ପ୍ରାଣୀ ଚିକିତ୍ସା ବିଭାଗ ପୁଣି ସେଗୁଡ଼ିକୁ ପରୀକ୍ଷା ପାଇଁ ପଠାଇଛି। ଆଜି ଦିନ ତମାମ ଦୁଇଟି ପ୍ରାଣୀ ଚିକିତ୍ସା ଟିମ୍‌ ସହରର ଆଖପାଖ ଅଞ୍ଚଳରେ ଘର ଘର ବୁଲି ଗୃହପାଳିତ କୁକୁଡ଼ାଙ୍କଠାରୁ ସିରମ୍‌ ସାମ୍ପୁଲ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି।