26 June 2017
12:38:46 AM
Sambad News
ରାଜ୍ୟ

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ! : ସିଡିିପିଓଙ୍କୁ ଜଗ, ‘ଆଇନା’ ବନ୍ଦ କର

ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ନିର୍ବାଚନ କମିସନ୍‌

By Sambad | Date: Jan 3 2017 2:02AM
ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ! : ସିଡିିପିଓଙ୍କୁ ଜଗ, ‘ଆଇନା’ ବନ୍ଦ କର

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସିଡିିପିଓ ଏବଂ ତାଙ୍କର ସହକର୍ମୀମାନେ ମହିଳା ସମାବେଶ ଓ ବୈଠକମାନ ଆୟୋଜନ ଆଳରେ ମହିଳାମାନଙ୍କୁ ଶାସକ ଦଳ ପ୍ରତି ପ୍ରଲୋଭିତ କରୁଛନ୍ତି। ଏହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ବୋଲି ବିଜେପି ଅଭିଯୋଗ କରିଛି। ସେହିପରି ସରକାରଙ୍କ ବିଭିନ୍ନ ଯୋଜନା ଉଲ୍ଲେଖ ଥିବା ‘ଆଇନା’ ପତ୍ରିକା ବର୍ତମାନ ବିଭିନ୍ନ ପିଡିଏସ୍‌ ଦୋକାନରେ ବିତରଣ ହେଉଥିବାରୁ ତାହା ମଧ୍ୟ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିଜେପି  ଅଭିଯୋଗ ଉଠାଇଥିଲା। 

 
ଏପରି ଅଭିଯୋଗକୁ ରାଜ୍ୟ ନିର୍ବାଚନ କମିସନ୍‌ ଗୁରୁତର ସହ ନେଇଛନ୍ତି। କମିସନ ଜିଲ୍ଲାପାଳଙ୍କୁ ୨୦୧୬ ଡିସେମ୍ବର ୩୧ ତାରିଖ ଚିଠି (ନଂ-୫୩୮୩)ରେ  ସିଡିିପିଓ ଏବଂ ତାଙ୍କର ସହକର୍ମୀଙ୍କ ଉପରେ ନଜର ରଖିବା ସହ ଏଭଳି ସମାବେଶ ଏବଂ ବୈଠକ ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପିଡିଏସ୍‌ ସାମଗ୍ରୀ ବିକ୍ରି ଦୋକାନ ଉପରେ ଚଢ଼ଉ କରି ‘ଆଇନା’ ପତ୍ରିକା ବଣ୍ଟନ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।