25 June 2017
7:25:49 AM
Sambad News
କେନ୍ଦୁଝର

ଶୋଇଥିବା ବେଳେ ଜଳିଗଲେ ଦମ୍ପତି

By Sambad | Date: Jan 5 2017 1:01AM
ଶୋଇଥିବା ବେଳେ ଜଳିଗଲେ ଦମ୍ପତି

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବେଲବାହାଳି ଗ୍ରାମରେ ମଙ୍ଗଳବାର ରାତିରେ ଅଭାବନୀୟ ଘଟଣା ଘଟିଛି। ଘରେ ଶୋଇଥିବା ବେଳେ ନିଆଁ ଲାଗିଯିବାରୁ ଦଂପତି ଜିଅନ୍ତା ଜଳି ଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ବେଲବାହାଳି କିମ୍ଭିରିଆ ସାହିର ସାହିବ ମାଝି (୫୫) ଓ ତାଙ୍କ ପତ୍ନୀ ପୂର୍ଣ୍ଣିମା ମାଝି (୫୦) ସବୁଦିନ ଭଳି ମଙ୍ଗଳବାର ରାତିରେ ଘର ଭିତରେ ଶୋଇଥିଲେ। ରାତି ୧୨ଟାରେ ବିଦ୍ୟୁତ ସଟ୍‌ସର୍କିଟ୍‌ ଯୋଗୁ ଘରେ ନିଆଁ ଲାଗି ଯାଇଥିଲା। ସେମାନେ ଜାଣି ପାରିନଥିଲେ କି ପଦାକୁ ବାହାରିପାରି ନଥିଲେ।  ଶୋଇଥିବା ଅବସ୍ଥାରେ ଉଭୟ ସ୍ୱାମୀ-ସ୍ତ୍ରୀ ଜଳି ଯାଇଥିଲେ। ଘସିପୁରାରୁ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଘର କାନ୍ଥ ଭାଙ୍ଗି ସାହିବ ଓ ପୂର୍ଣ୍ଣିମାଙ୍କ ମୃତଦେହ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ।