01 May 2017
2:03:53 AM
image
Sambad News
କେନ୍ଦୁଝର

ଶିକ୍ଷା ସହାୟିକାଙ୍କୁ ପ୍ରଧାନ ଶିକ୍ଷକଙ୍କ ଦୁର୍ବ୍ୟବହାର ମାମଲା

ମାସେ ପରେ ବି କାର୍ଯ୍ୟାନୁଷ୍ଠାନ୍‌ ଶୂନ୍‌

By Sambad | Date: Jan 5 2017 11:54AM
ଶିକ୍ଷା ସହାୟିକାଙ୍କୁ ପ୍ରଧାନ ଶିକ୍ଷକଙ୍କ ଦୁର୍ବ୍ୟବହାର ମାମଲା

ବଡ଼ବିଲ,: ଯୋଡ଼ା ଶିକ୍ଷା ବିଭାଗ ଅନ୍ତର୍ଗତ କଳିଙ୍ଗ ନଗର ନୋଡାଲ୍‌ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉକ୍ତ ବିଦ୍ୟାଳୟର ଜଣେ ଶିକ୍ଷା ସହାୟିକାଙ୍କୁ  ଦୁର୍ବ୍ୟବହାର କରିବା ଅଭିଯୋଗର ଏକ ମାସ ବିତି ଯାଇଯାଇଛି। ହେଲେ  ଶିକ୍ଷା ବିଭାଗ ନା ପୁଲିସ ବିଭାଗ କେହି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରୁନାହାନ୍ତି ବୋଲି ଶିକ୍ଷା ସହାୟିକାଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି।
 

ସୂଚନାଯୋଗ୍ୟ,କଳିଙ୍ଗ ନଗର ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମେଶ୍ୱର ମହାନ୍ତ ଉକ୍ତ ବିଦ୍ୟାଳୟର ଶିକ୍ଷା ସହାୟିକା ସସ୍ମିତା ବେହେରାଙ୍କୁ ଶାରୀରିକ ଓ  ମାନସିକ ଯନ୍ତ୍ରଣା ଦେବା ସହ ଜାତିଆଣ  ଆକ୍ଷେପ କରିବା ନେଇ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।  ହେଲେ ପୁଲିସ ରାଜନୈତିକ ଚାପ ଯୋଗୁ ଆପୋଷ ବୁଝାମଣା କରିବା ପାଇଁ ଅଭିଯୋଗକାରିଣୀ ତଥା ତାଙ୍କ ପରିବାର ଲୋକଙ୍କ ଉପରେ ଚାପ ପକାଇଥିଲା। 

ଗଣମାଧ୍ୟମରେ ଏ ସମ୍ବନ୍ଧରେ ଖବର ପ୍ରଚାର ହେବା ପରେ  ପୁଲିସ ବାଧ୍ୟ ହୋଇ କେସ୍‌ ରୁଜୁ କରିଥିଲା। ଗତ ଡିସେମ୍ବର ମାସ ୩ ତାରିଖରେ ଅଭିଯୋଗ ହୋଇଥିଲେ ହେଁ  ଅଭିଯୋଗର ଏକ ସପ୍ତାହ ପରେ ଅର୍ଥାତ୍‌ ଡିସେମ୍ବର ମାସ ୮ ତାରିଖରେ ପୁଲିସ କେସ୍‌ ରୁଜୁ କରି ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଥାନାରେ ୧୨ ଘଣ୍ଟା ଅଟକ ରଖି ଛାଡି ଦେଇଥିଲା।

ଅଭିଯୋଗକାରିଣୀ ଶିକ୍ଷା ସହାୟିକା ଜଣକ ଏ ନେଇ ଶିକ୍ଷା ବିଭାଗର ଉଚ୍ଚ ଅଧିକାରୀଙ୍କୁ ମଧ୍ୟ ଅଭିଯୋଗ କରିଥିଲେ। ଯୋଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ପ୍ରଧାନ ଉକ୍ତ ବିଧ୍ୟାଳୟକୁ ଆସି ତଦନ୍ତ କରିଥିଲେ ଓ ଅଭିଯୋଗର ସତ୍ୟତା ଥିବା ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସୂଚନା ଦେଇଥିଲେ।  ଏ ସଂପର୍କରେ ଅଭିଯୋଗର ତଦନ୍ତ ଦାୟିତ୍ଵ ନେଇଥିବା ନୂତନ ଏସ୍‌ଡିପିଓ ମୁକେଶ ଭାମୁଙ୍କୁ ପଚରାଯିବାରୁୁ ସେ କହିଥିଲେ ଯେ ଅଭିଯୋଗର ତଦନ୍ତ କରାଯାଇ ଖୁବ୍‌ ଶୀଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  

image