22 August 2017
5:17:22 AM
image
Sambad News
କେନ୍ଦୁଝର

ଅଳତୀରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ

By Sambad | Date: Jan 6 2017 11:34AM
ଅଳତୀରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ

ଆନନ୍ଦପୁର: ରାମଚନ୍ଦ୍ରପୁର ଥାନା ଅଳତୀ, ବେଲସୁନ୍ଦରୀରେ ମଦ ବେପାରୀଙ୍କ ଦୌରାତ୍ମ୍ୟକୁ ରୋକିବା ପାଇଁ ମହିଳାମାନେ ଅଣ୍ଟା ଭିଡ଼ିଛନ୍ତି। ଶତାଧିକ ମହିଳା ବେଲସୁନ୍ଦରୀ ଛକ, ଅଳତୀର ହିଙ୍ଗୁଳା ଛକ ଓ ଆଦିବାସୀ ବସ୍ତିରେ ଥିବା ଚୋରା ମଦ ଏବଂ ହାଣ୍ଡିଆକୁ ଧରି ନଷ୍ଟ କରିଛନ୍ତି। ହାତରେ ଝାଡୁ, ଠେଙ୍ଗା ଧରି ମଦ ବେପାରୀମାନଙ୍କୁ ଚେତାବନୀ ଦେଇଛନ୍ତି। ମହିଳା ନେତ୍ରୀ ବୁଲ ନାୟକ, ଜାଡ଼ି ନାୟକ, ଭାମା ସାମଲ, ସର ନାୟକ, କୁନି ନାୟକ, କୁନ୍ତଳା ନାୟକ, ସରୋଜିନୀ ନାୟକ, ଗୁରୁ ଖଟୁଆ ପ୍ରମୁଖ ଅଭିଯାନର ନେତୃତ୍ଵ ନେଇଥିବା ବେଳେ ସ୍ଥାନୀୟ ଲୋକମାନେ ଏଥିରେ ସହଯୋଗ କରିଥିଲେ।