17 January 2017
2:17:25 PM
Sambad News
କେନ୍ଦୁଝର

ଶ୍ୱଶୁର ଘର ଗାଁ’ରେ ଜ୍ୱାଇଁର ଆତ୍ମହତ୍ୟା

By Sambad | Date: Jan 7 2017 12:00PM
ଶ୍ୱଶୁର ଘର ଗାଁ’ରେ ଜ୍ୱାଇଁର ଆତ୍ମହତ୍ୟା

ହରିଚନ୍ଦନପୁର: ହରିଚନ୍ଦନପୁର ଥାନା ରାଣିପଦା ଗ୍ରାମର ଶିବ ଦେହୁରୀ (୫୦) ତାଙ୍କ ଶ୍ୱଶୁର ଘର ଗାଁ ଦୈତାରୀ ଥାନା ବାଙ୍ଗୁରୁଶୁଣି ଗାଁ’ରେ ବେକରେ ଲୁଗା ଗୁଡାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ସୂଚନା ଅନୁଯାୟୀ, ରୋଗଗ୍ରସ୍ତ ଶିବ ତାଙ୍କ ପତ୍ନୀଙ୍କ ସହିତ ବାଙ୍ଗୁରୁଶୁଣିି ଗାଁ’କୁ ଯାଇଥିଲେ। ଶ୍ୱଶୁର ଘରୁ କିଛି ଟଙ୍କା ଆଣି ଚିକିତ୍ସା ପାଇଁ ଯାଇଥାନ୍ତେ। କିନ୍ତୁ ଗତକାଲି ସେ ଶ୍ୱଶୁର ଘରଠାରୁ ୨ ଶହ ମିଟର ଦୂର ଏକ କୁସୁମ ଗଛରେ ଝୁଲି ଆତ୍ମହତ୍ୟା କରିଥିଲେ। ଆଜି ସକାଳେ ଲୋକମାନେ ଶିବଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଦୈତାରୀ ଥାନା ଅଧିକାରୀ କାଦମ୍ବିନୀ ସାମଲ ଏବଂ ଏଏସ୍‌ଆଇ ଏସ.କାରୁଆ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନା ପଠାଇଛନ୍ତି।