23 May 2017
6:11:40 PM
image
Sambad News
କେନ୍ଦୁଝର

ନିଆଁରେ ପୋଡ଼ି ହୋଇ ଦମ୍ପତିଙ୍କ ମୃତ୍ୟୁ

By Sambad | Date: Jan 4 2017 9:58AM
ନିଆଁରେ ପୋଡ଼ି ହୋଇ ଦମ୍ପତିଙ୍କ ମୃତ୍ୟୁ

ଆନନ୍ଦପୁର: ଗତକାଲି ରାତିରେ ଆନନ୍ଦପୁର ସବ୍‌ ଡିଭିଜନ ଅନ୍ତର୍ଗତ ବେଲବାହାଳି କିଭିରା ସାହିରେ  ନିଆଁ ଲାଗି ଦମ୍ପତିଙ୍କର ମୃତ୍ୟୁ ଘଟିଛି। ଘସିପୁରା ଦମକଳ କେନ୍ଦ୍ରର କର୍ମଚାରୀମାନେ  ଘରର କାନ୍ଥ ଭାଙ୍ଗି ମୃତଦେହ ଉଦ୍ଧାର କରିଛନ୍ତି। ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
 ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ସାଇବ ମାଝି (୫୫ ବର୍ଷ) ଓ ପୂର୍ଣ୍ଣିମା ମାଝି( ୫୦ ) ଗତକାଲି ରାତିରେ ଖାଇ ପିଇ ଘରେ ଶୋଇଥିଲେ।  ରାତି ପ୍ରାୟ ୧୨ଟା ବେଳେ ଘର ଭତରେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ତେବେ କୋଠାଘର ହୋଇଥିବାରୁ ଗ୍ରାମବାସୀ କିଛି କରି ପାରି ନ ଥିଲେ। ଶେଷରେ ଘଷିପୁରାରୁ ଦମକଳ କର୍ମଚାରୀମାନେ ଆସି ଘରର କାନ୍ଥଭାଙ୍ଗି ଭିତରେ ଥିବା ଦମ୍ପତ୍ତିଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ଉଭୟଙ୍କର ମୃତ୍ୟୁ ଘଟି ସାରିଥିଲା। ସର୍ଟ ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

image