01 March 2017
11:18:07 PM
Sambad News
କେନ୍ଦୁଝର

ପେଟ୍ରୋଲ ପମ୍ପରୁ ଡକାୟତି : ପିସ୍ତଲ ଦେଖାଇ ଲୁଟିଲେ ୮୦ ହଜାର

By Sambad | Date: Dec 30 2016 10:12PM
ପେଟ୍ରୋଲ ପମ୍ପରୁ ଡକାୟତି : ପିସ୍ତଲ ଦେଖାଇ ଲୁଟିଲେ ୮୦ ହଜାର

ଢେଙ୍କିକୋଟ : କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ନିକଟ ୨୧୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ପେଟ୍ରୋଲ୍‌ ପମ୍ପ୍‌ ପ୍ରୁଡ଼େନ୍‌ସିଆଲ ଫିଲିଂ ଷ୍ଟେସନ୍‌ରେ ଆଜି ସନ୍ଧ୍ୟାରେ ଡକାୟତି ହୋଇଛି। ୬ ଜଣ ଯୁବକ ପେଟ୍ରୋଲ୍‌ ପମ୍ପ କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ନଗଦ ୮୦ ହଜାର ଟଙ୍କା  ଲୁଟି ନେଇଛନ୍ତି। 
 
ପ୍ରତ୍ୟକ୍ଷଦର୍ଶୀ ଓ ପେଟ୍ରୋଲ୍‌ ପମ୍ପ କର୍ମଚାରୀଙ୍କ କହିବା ଅନୁସାରେ, ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ୬ ଜଣ ଯୁବକ ୩ଟି ବାଇକ୍‌ (ଦୁଇଟି ହୋଣ୍ଡା ସାଇନ୍‌ ଓ ଗୋଟିଏ ଟିଭିଏସ୍‌ ଆପାଚିି)ରେ ଆସି ପେଟ୍ରୋଲ୍‌ ପମ୍ପରେ ପହଞ୍ଚି ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ହାତରେ ପିସ୍ତଲ ଥିଲା। କେହିକିଛି ଜାଣିବା ପୂର୍ବରୁ ଦୁର୍ବୃତ୍ତମାନେ ପେଟ୍ରୋଲ୍‌ ପମ୍ପ୍‌ କାଉଣ୍ଟରରେ ବସିଥିବା କର୍ମଚାରୀ କରୁଣାକର ମହାନ୍ତ, ପ୍ରଶାନ୍ତ ମହାନ୍ତ ଓ ଗୋପୀ ବେହେରାଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଭୟଭୀତ କରାଇ କାଉଣ୍ଟରରୁ ନଗଦ ୮୦ ହଜାର ଟଙ୍କା ଧରି ଘଟଗାଁ ରାସ୍ତା ଦେଇ ପାର୍‌ ହୋଇ ଯାଇଥିଲେ। 
 
ବାଟରେ ସ୍ୱାମ୍‌ପାଟଣା ନିକଟରେ ପୁଲିସ ପାଟ୍ରୋଲିଂ ଦେଖି ଦୁର୍ବୃତ୍ତମାନେ ଛାନିଆରେ ଗୋଟିଏ ହୋଣ୍ଡା ସାଇନ୍‌ ବାଇକ୍‌ ଛାଡ଼ି ପଳାଇଛନ୍ତି। ପାଟଣା ଥାନା ପୁଲିସ ବାଇକ୍‌ ଜବତ କରିଛି। ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ନାଏକ ପେଟ୍ରୋଲ୍‌ ପମ୍ପ୍‌ରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।