25 June 2017
7:27:30 AM
Sambad News
ରାଜ୍ୟ

ହରିଚନ୍ଦନପୁର: ଟ୍ରଲର ଧକ୍‌କାରେ ଛାତ୍ରୀ ମୃତ, ରାସ୍ତା ଅବରୋଧ

By Sambad | Date: Jan 7 2017 11:40AM
ହରିଚନ୍ଦନପୁର: ଟ୍ରଲର ଧକ୍‌କାରେ ଛାତ୍ରୀ ମୃତ, ରାସ୍ତା ଅବରୋଧ

ହରିଚନ୍ଦନପୁର(କେନ୍ଦୁଝର): ଟ୍ରଲର ଧକ୍କାରେ ଜଣେ ୮ମ ଶ୍ରେଣୀ ଛାତ୍ରୀର ମୃତ୍ୟୁକୁ ନେଇ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଠାରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି।
 
ପୁଲିସ ସୂତ୍ରରୁ ପ୍ରକାଶ ଯେ, ମୋନିକା ସାହୁ ନାମ୍ନୀ ୮ମ ଶ୍ରେଣୀର ଛାତ୍ରୀ ଜଣକ ଟ୍ୟୁସନ୍‌ ସାରି ଘରକୁ ଫେରୁଥିବା ବେଳେ କଲେଜ୍‌ ଛକ ନିକଟରେ ତାଙ୍କୁ ଏକ ଟ୍ରଲର ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମୋନିକାଙ୍କର ମୃତ୍ୟୁ ଘଟିଥିଲା।