29 March 2017
10:48:52 AM
Sambad News
ଖୋର୍ଦ୍ଧା

ବାଦବାରବାଟୀରେ ହାତୀ ଉପଦ୍ରବ

By Sambad | Date: Jan 5 2017 5:42AM
ବାଦବାରବାଟୀରେ ହାତୀ ଉପଦ୍ରବ

ସିକୋ : ବେଗୁନିଆ ବ୍ଲକ ଅଧୀନରେ ଥିବା ବୋତଳମା ପଞ୍ଚୟତର ବାଦବାରବାଟୀ ମୌଜାରେ ପୁଣି ଥରେ ହାତୀ ଉପଦ୍ରବ ଦେଖା ଦେଇଛି। ଗତକାଲି ବିଳମ୍ବିତ ରାତିରେ କେତେକ ହାତୀ ଚାଷୀ ବ୍ରଜ ବେହେରା, ବୈକୁଣ୍ଠ ସାମନ୍ତସିଂହାର ଓ ପୁରୁଷୋତ୍ତମ ରାଉତରାୟ ଆଦିଙ୍କ ଖଳାରେ ପଶି ଧାନ କଳେଇ ବିଡ଼ା ଖାଇବା ସହ ଫିଙ୍ଗା ଫୋପଡ଼ା କରିଥିଲେ। ସେହିପରି ପଡ଼ୋଶୀ ମୌଜା  ବାଳଧାଡ଼ି, ମୁକ୍ତାପୁର, ନଧିପୁର, କଲରାଝର, ହଜ, ନାରଗୋଦା ଏବଂ ହୀରାପୁର ଆଦି ଅଞ୍ଚଳରେ ଏହି ହାତୀପଲ ପଶି ଧାନ କଳେଇ ଖାଇବା ସହ ନାନା ଫସଲ ଦଳି ନଷ୍ଟ କରି ଦେଇଛନ୍ତି।