20 August 2017
11:39:28 AM
Sambad News
ଖୋର୍ଦ୍ଧା

ଜଳିଗଲା ଧାନଗଦା

By Sambad | Date: Jan 6 2017 4:54AM
ଜଳିଗଲା ଧାନଗଦା

ନିରାକାରପୁର : ଗତ ରାତିରେ ଡିଆ ପଞ୍ଚାୟତ, କପିଳେଶ୍ୱରପୁର ଗ୍ରାମର ଶ୍ୟାମ ପ୍ରଧାନଙ୍କ ଧାନ ଗଦାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି। ଟାଙ୍ଗୀ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଚାଷୀ ଶ୍ୟାମଙ୍କ କହିବା ଅନୁଯାୟୀ, ତାଙ୍କର ୪୫୦ଟି ଖୁଣ୍ଟା କଳେଇ ଥିଲା। ଗତକାଲି ୨ ଶହଟି କଳେଇ ସେ ବେଙ୍ଗଳା ପକାଇ ଦେଇଥିଲେ। ତେବେ ବାକି କଳେଇଗୁଡ଼ିକ ପୋଡ଼ି ଯାଇଥିବା ସେ ମନଦୁଃଖରେ ଜଣାଇଛନ୍ତି। ଏହି ଅଗ୍ନିକାଣ୍ଡରେ କ୍ଷୟକ୍ଷତିର ଆନୁମାନିକ ମୂଲ୍ୟ ୨୫ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଉଛି।