28 March 2017
5:56:16 AM
Sambad News
ଖୋର୍ଦ୍ଧା

ହାତୀ ଉପଦ୍ରବ

By Sambad | Date: Jan 6 2017 4:59AM
ହାତୀ ଉପଦ୍ରବ
Photo by : wordpress.com

ଖୋର୍ଧା : କାଇପଦରରେ ଗତ ରାତିରେ ପୁଣି ଥରେ ହାତୀ ଉପଦ୍ରବ ଦେଖାଦେଇଛି। ବିଳମ୍ବିତ ରାତିରେ ୩ରୁ ୫ ଜଣିଆ ଏକ ହାତୀପଲ କାଇପଦର ଗାଁ ଭିତରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ରଜନୀକାନ୍ତ ରାଉତରାୟଙ୍କ ୧୦ ଫୁଟ୍‌ର ପାଚେରି, ବକାରି ମହାନ୍ତିଙ୍କ ଘର ପାଚେରି ଓ ଗେଟ୍‌, କେଦାର ରଥଙ୍କ କଳେଇଗଦା, ଦେବରାଜ ପାଇକରାୟଙ୍କ ୧୦ ଫୁଟ୍‌ ପାଚେରି ଭାଙ୍ଗିବା ସହ ଅଭିମନ୍ୟୁ ସାହୁଙ୍କ ବାଡ଼ିରେ ପଶି ଫସଲ ଦଳିଚକଟି ନଷ୍ଟ କରି ଦେଇଛନ୍ତି। ସେହିପରି ଏହି ହାତୀପଲ ଗ୍ରାମର ହରି ନାୟକଙ୍କ ପାଚେରି, ଧାନ ଗଦା ଓ ତାଙ୍କ ଘରେ ଥିବା ୫ବସ୍ତା ଧାନ ନଷ୍ଟ କରି ଦେଇଥିବା ଜଣାଯାଇଛି। ହାତୀମାନଙ୍କୁ ଜନବସତିଠାରୁ ଦୂରକୁ ଘଉଡ଼ାଇବା ପାଇଁ ବନବିଭାଗ ଯଥାଶୀଘ୍ର ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।