28 February 2017
1:35:54 PM
Sambad News
ଖୋର୍ଦ୍ଧା

୨୭୧୨ଟି ବୁଥ୍‌ରେ ୯ ଲକ୍ଷ ୬୧ ହଜାର ୪୬୦ ଜଣ ମତଦାନ କରିବେ

By Sambad | Date: Jan 6 2017 5:03AM
୨୭୧୨ଟି ବୁଥ୍‌ରେ ୯ ଲକ୍ଷ ୬୧ ହଜାର ୪୬୦ ଜଣ ମତଦାନ କରିବେ
Photo by : indiatimes.com

ଖୋର୍ଧା : ଆଗାମୀ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ମୋଟ ୯ ଲକ୍ଷ ୬୧ ହଜାର ୪୬୦ ଜଣ ମତଦାତା ମୋଟ ୨ ହଜାର ୭୧୨ଟି ଭୋଟ୍‌ ଗ୍ରହଣ କେନ୍ଦ୍ରରେ ମତଦାନ କରିବେ। ଗତ ନିର୍ବାଚନ ତୁଳନାରେ ୫୭ହଜାର ୫୨୪ଜଣ ଅଧିକ ଭୋଟର୍‌ ଏଥର ମତଦାନ କରିବେ। ସେହିପରି ଜିଲ୍ଲାର ପଞ୍ଚାୟତ ସଂଖ୍ୟା ମଧ୍ୟ ୧୬୮ରୁ ବୃଦ୍ଧି ପାଇ ୧୯୦ରେ ପହଞ୍ଚିଛି। ଜିଲ୍ଲାରେ ୱାର୍ଡ ସଂଖ୍ୟା ବୃଦ୍ଧି ପାଇ ୨ ହଜାର ୭୧୨ରେ ପହଞ୍ଚିଛି। 

 
ଏଥର ଜିଲ୍ଲାରେ ପାଞ୍ଚଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଫେବ୍ରୁଆରି ୧୩ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ଜଟଣୀ ବ୍ଲକର ୨ଟି ଓ ଭୁବନେଶ୍ୱର ବ୍ଲକର ୩ଟି ଜିଲ୍ଲା ପରିଷଦ ଆସନ ସହ ୩୫ଟି ପଞ୍ଚାୟତରେ ଭୋଟ୍‌ ଗ୍ରହଣ କରାଯିବ। ସେହିପରି ଫେବ୍ରୁଆରି ୧୫ ତାରିଖ ଦିନ ଦ୍ଵିତୀୟ ପର୍ଯ୍ୟାୟରେ ବାଲିଅନ୍ତା ବ୍ଲକର ୩ଟି ଓ ବାଲିପାଟଣା ବ୍ଲକର ୩ଟି ଜିଲ୍ଲା ପରିଷଦ ଆସନ ସହ ୩୩ଟି ପଞ୍ଚାୟତରେ ଭୋଟ ଗ୍ରହଣ କରାଯିବ। ଫେବ୍ରୁଆରି ୧୭ତାରିଖ ଦିନ ତୃତୀୟ ପର୍ଯ୍ୟାୟରେ ବୋଲଗଡ଼ ବ୍ଲକର ୩ଟି ଓ ଟାଙ୍ଗୀ ବ୍ଲକର ୪ଟି ଜିଲ୍ଲା ପରିଷଦ ଆସନ ସହ ୪୫ଟି ପଞ୍ଚାୟତରେ ଭୋଟ ଗ୍ରହଣ କରାଯିବ। 
 
ଫେବ୍ରୁଆରି ୧୯ତାରିଖ ଦିନ ଚତୁର୍ଥ ପର୍ଯ୍ୟାୟରେ ବାଣପୁର ବ୍ଲକର ୩ଟି ଓ ବେଗୁନିଆ ବ୍ଲକର ୩ଟି ଜିଲ୍ଲା ପରିଷଦ ଆସନ ସହ ୩୮ଟି ପଞ୍ଚାୟତରେ ଭୋଟ୍‌ ଗ୍ରହଣ କରାଯିବ। ଫେବ୍ରୁଆରି ୨୧ ତାରିଖ ଦିନ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ଚିଲିକା ବ୍ଲକର ୩ଟି ଓ ଖୋର୍ଧା  ବ୍ଲକର ୩ଟି ଜିଲ୍ଲା ପରିଷଦ ଆସନ ସହ ୩୯ଟି ପଞ୍ଚାୟତରେ ଭୋଟ୍‌ ଗ୍ରହଣ କରାଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ପର୍ବ ଜୋରଦାର କରାଯାଇଛି।