24 May 2017
9:15:31 PM
image
Sambad News
ଖୋର୍ଦ୍ଧା

ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣା ଆଜି

ନରିଶୋ ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ଅଭିଯୋଗ

By Sambad | Date: Jan 6 2017 5:05AM
ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣା ଆଜି
Photo by : tinyclipart.com

ବାଲିପାଟଣା : ବାଲିପାଟଣା ବ୍ଲକ ଅଧୀନ ନରିଶୋ ସେବା ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ଓ ଧାନକିଣା ପଞ୍ଜୀକରଣରେ ଅନିୟମିତତା ଅଭିଯୋଗ କରି ସମିତିର ଶତାଧିକ ସଭ୍ୟ ତଥା ଚାଷୀ ଆସନ୍ତାକାଲି ବାଲିପାଟଣାସ୍ଥିତ ଖୋର୍ଧା ସମବାୟ ବ୍ୟାଙ୍କ ସମ୍ମୁଖରେ ଗଣଧାରଣା ଦେବେ। ଏ ସଂପର୍କରେ ସମବାୟ ବିଭାଗର ସଚିବ, ଖୋର୍ଧା ଜିଲ୍ଲାପାଳ, ରେଜିଷ୍ଟ୍ରାର୍‌ କୋପରେଟିଭ୍‌ ସୋସାଇଟି, ଭୁବନେଶ୍ୱର ଡିସିପିଙ୍କୁ ଅବଗତ କରାଯାଇସାରିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଗଣଧାରଣା ଚାଲୁ ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। 
 
ଆନ୍ଦଳୋନକୁ ଓହ୍ଲାଇବାକୁ ଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି, ନରିଶୋ ସେବା ସମବାୟ ସମିତିରେ ଦୀର୍ଘଦିନ ହେବ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ସେମାନେ ୨୦୧୨ମସିହାରୁ ସମବାୟ ବିଭାଗକୁ ନିରବଚ୍ଛିନ୍ନ ଭାବେ ଅଭିଯୋଗ କରି ଆସୁଛନ୍ତି। ଏ ନେଇ ଭିଜିଲାନ୍ସ ପକ୍ଷରୁ ମାମଲା ମଧ୍ୟ କରାଯାଇଛି, ବିଧାନସଭାରେ ବି ପ୍ରଶ୍ନ ଉତ୍ତର ମଧ୍ୟ କରାଯାଇ ସାରିଛି। ଏପରିକି ସମବାୟ ବିଭାଗ ପ୍ରିନ୍ସିପାଲ ସେକ୍ରେଟାରି ଓ ରେଜିଷ୍ଟ୍ରାରଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ତଳସ୍ତରରେ ସବୁ ଦୁର୍ନୀତି ଓ ଅନିୟମିତତାକୁ ଚପାଇ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ସମବାୟ ସମିତିର ଏହି ସଭ୍ୟ ତଥା ଚାଷୀମାନେ। ଆସନ୍ତାକାଲିଠାରୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଆନ୍ଦୋଳନର ନେତୃତ୍ୱ ନେଉଥିବା ଜଣେ ସଭ୍ୟ ଅଶୋକ କୁମାର ପ୍ରଧାନ କହିଛନ୍ତି।

image