28 March 2017
5:54:21 AM
Sambad News
ଖୋର୍ଦ୍ଧା

‘ମୃତ ଡକାୟତ ବ୍ୟାଙ୍କ କର୍ମଚାରୀଙ୍କ ପୁଅ’ ଖବର ପ୍ରକାଶ କରିବାରୁ ସାମ୍ବାଦିକଙ୍କୁ ଧମକ

By Sambad | Date: Jan 7 2017 4:34AM
‘ମୃତ ଡକାୟତ ବ୍ୟାଙ୍କ କର୍ମଚାରୀଙ୍କ ପୁଅ’ ଖବର ପ୍ରକାଶ କରିବାରୁ ସାମ୍ବାଦିକଙ୍କୁ ଧମକ

ନିରାକାରପୁର : ନୟାଗଡ଼ ଜିଲ୍ଲା କାସନ୍ଦା କାନରା ବ୍ୟାଙ୍କ ଲୁଟ୍‌ ବେଳେ ଲୋକଙ୍କ ଆକ୍ରୋଶର ଶିକାର ହୋଇ ଖୋର୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳର ବଦ୍ରିନାରାୟଣ ମାର୍ଥାଙ୍କ ଗତ ୪ ତାରିଖରେ ମୃତ୍ୟୁ ଘଟିଥିଲା। ଗତକାଲି ଏ ସଂପର୍କରେ ସମ୍ବାଦରେ ‘ମୃତ ଡକାୟତ ବ୍ୟାଙ୍କ କର୍ମଚାରୀଙ୍କ ପୁଅ’ ଖବର ପ୍ରକାଶ ପାଇଥିଲା। ଏଭଳି ଖବର ପ୍ରକାଶନରେ ଉତ୍‌କ୍ଷିପ୍ତ ହୋଇ ଆଜି ଜଣେ ଯୁବତୀ ନିରାକାରପୁର ସମ୍ବାଦ ପ୍ରତିନିଧି ଉମେଶ ଚନ୍ଦ୍ର ପଟ୍ଟନାୟକଙ୍କୁ ନାନା ଧମକଚମକ ଦେଇଛନ୍ତି। 

 
ଯୁବତୀଜଣଙ୍କ ଫୋନ୍‌ରେ ନିଜକୁ ମୃତ ବଦ୍ରି ନାରାୟଣଙ୍କ ଭଉଣୀ ବୋଲି ପରିଚୟ ଦେବା ସହ ଶ୍ରୀ ପଟ୍ଟନାୟକଙ୍କୁ ହତ୍ୟା ଧମକ ଦେଇଥିଲେ। ସଂଧ୍ୟା ପ୍ରାୟ ୭ଟା ବେଳେ ଯୁବତୀଜଣଙ୍କ ଶ୍ରୀ ପଟ୍ଟନାୟକଙ୍କୁ ଫୋନ୍‌ କରି ପ୍ରଥମେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ମିଥ୍ୟା ମାମଲାରେ ମଧ୍ୟ ଫସାଇ ଦେବାକୁ ଧମକାଇଥିଲେ। ଏ ସଂପର୍କରେ ସମ୍ବାଦ ପ୍ରତିନିଧି ଶ୍ରୀ ପଟ୍ଟନାୟକ ନିରାକାରପୁର ଥାନା ପୁଲିସକୁ ଜଣାଇବା ସହ ଏହାର ତଦନ୍ତ ପାଇଁ ଦାବି କରିଛନ୍ତି।