21 January 2017
5:38:26 AM
image
Sambad News
ଖୋର୍ଦ୍ଧା

୬ ଶିଶୁ ଶ୍ରମିକ ଉଦ୍ଧାର

By Sambad | Date: Jan 7 2017 4:35AM
୬ ଶିଶୁ ଶ୍ରମିକ ଉଦ୍ଧାର

ଖୋର୍ଧା : ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି କରୁଥିବା ଏବଂ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସମ୍ପର୍କରେ ଅଭିଯୋଗ ମିଳିବା ପରେ ଖୋର୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ଆଜି ଖୋର୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ, ସମନ୍ଵିତ ମାନବ ଚାଲାଣ ପ୍ରତିରୋଧ ଶାଖା ତଥା ସ୍ୱତନ୍ତ୍ର କିଶୋର ପୁଲିସ୍‌ ୟୁନିଟ୍‌ ଅଧ୍ୟକ୍ଷ ସଂଗ୍ରାମ ଟୁଡ଼ୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ଭୁବନେଶ୍ୱରର ବରମୁଣ୍ଡାଠାରେ ବିଭିନ୍ନ ହୋଟେଲରେ ଚଢ଼ଉ କରି ୬ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି। ଏହି ଶିଶୁ ଶ୍ରମିକମାନଙ୍କ ବୟସ ୧୦ରୁ ୧୫ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି। ଏଥିରେ ସମନ୍ଵିତ ମାନବ ଚାଲାଣ ପ୍ରତିରୋଧ ଶାଖାର ଭାରପ୍ରାପ୍ତ ଅଧିକାରୀ ସୁଚିସ୍ମିତା ଦାସ, ସ୍ୱତନ୍ତ୍ର କିଶୋର ପୁଲିସ୍‌ ୟୁନିଟ୍‌ର ସଭ୍ୟରଂଜନ କୁମାର ଗୋଚ୍ଛାୟତ, ବିପ୍ଳବ ମଲ୍ଲିକ, ସହକାରୀ ଶ୍ରମ ଅଧିକାରୀ ଜସ୍ମିନ୍‌ ସାହୁ, ଚାଇଲଡ୍‌ ଲାଇନର ସଦସ୍ୟମାନେ ସାମିଲ ହୋଇଥିଲେ।