19 September 2017
5:17:33 PM
Sambad News
ଖୋର୍ଦ୍ଧା

ଚେଇଁ ଶୋଇଛି ବନ ବିଭାଗ : ଅବାଧ ଶାଗୁଆନ୍‌ କାଠ ଚୋରା ଚାଲାଣ

By Sambad | Date: Jan 8 2017 6:14AM
ଚେଇଁ ଶୋଇଛି ବନ ବିଭାଗ : ଅବାଧ ଶାଗୁଆନ୍‌ କାଠ ଚୋରା ଚାଲାଣ
Photo by : assets.kompas.com

ବାଲୁଗାଁ : ବାଲୁଗାଁ ବନ ବିଭାଗ ଅଧୀନରେ ଥିବା ନୀଳାଦ୍ରି ପ୍ରସାଦ, ବରବରା, ଧୂଆଁନଳୀ, ମହୁଲିଆ ଆଦି ଜଙ୍ଗଲରୁ ଦୈନିକ ଶାଳ, ଶାଗୁଆନ୍‌ ଗଛ ଓ କାଠ ଅବାଧରେ ଚାଲାଣ କରାଯାଉଛି। ଦିନ ଆଲୁଅରେ ଏହି ବେଆଇନ କାରବାର ଚାଲୁଥିଲେ ହେଁ ଏ ସଂପର୍କରେ ବନ ବିଭାଗ ପକ୍ଷରେ ଖବର ନାହିଁ। 

 
ପୂର୍ବରୁ ଏହି ଜଙ୍ଗଲଗୁଡ଼ିକର ସୁରକ୍ଷା ପାଇଁ ଯବାନମାନଙ୍କୁ ନିୟୋଜିତ କରଯାଇଥିଲା। ଫଳରେ କାଠ ଚୋରାଚାଲାଣ ଏକପ୍ରକାର ବନ୍ଦ ହୋଇଯାଇଥିଲା। କିନ୍ତୁ କିଛି ଦିନ ତଳେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଏଠାରୁ ଯବାନମାନଙ୍କୁ ହଟାଇ ଦିଆଯିବା ଫଳରେ ବର୍ତ୍ତମାନ ଅବାଧରେ କାଠ ଚୋରାଚାଲାଣ ହେଉଛି। କାଠ ମାଫିିଆମାନେ ଖୁଲମ୍‌ଖୁଲା ପ୍ରଶାସନକୁ ଚ୍ୟାଲେଞ୍ଜ କରି ଏପରି କାର୍ଯ୍ୟ କରୁଛନ୍ତି। ଗତ ବୁଧବାର ମାଫିଆମାନେ ନୀଳାଦ୍ରି ପ୍ରସାଦ ରାସ୍ତାରେ ଶାଗୁଆନ୍‌ କାଠ ଚାଲାଣ କରୁଥିବା ବେଳେ ଅନତି ଦୂରରେ ଥିବା ବନ ବିଭାଗର କାର୍ଯ୍ୟାଳୟ କର୍ମଚାରୀଙ୍କ ନିକଟରେ ଏ ସଂପର୍କରେ ଖବର ନଥିବା ଆଶ୍ଚର୍ଯ୍ୟର ବିଷୟ।
 
ବନବିଭାଗ କର୍ମଚାରୀଙ୍କ ଏପରି କାର୍ଯ୍ୟ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି କିଛି କର୍ମଚାରୀ ମାଫିଆଙ୍କଠାରୁ ଲାଞ୍ଚ ନେଇ ଏପରି ବେଆଇନ କାରବାରକୁ ପ୍ରୋତ୍ସାହନ ଦେଉଥିବା ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି। ଏପରି ଧାରା ଚାଲୁ ରହିଲେ ଆଗାମୀ ଦିନରେ ଶାଳ, ଶାଗୁଆନ୍‌ ସଂରକ୍ଷିତ ଏହି ଜଙ୍ଗଲ ବୃକ୍ଷଶୂନ୍ୟ ହୋଇଯିବାର ଆଶଙ୍କା ରହିଛି। 
 
ଏ ସଂପର୍କରେ ବାଲୁଗାଁ ବନ ବିଭାଗ ଅଧିକାରୀ ଶଶିଭୂଷଣ ବଳିୟାରସିଂହଙ୍କୁ ପଚାରିବାରୁ ସେ କହିଲେ, ଜଙ୍ଗଲ ସୁରକ୍ଷା ପାଇଁ ଅଳ୍ପସଂଖ୍ୟକ କର୍ମଚାରୀ ରହିଛନ୍ତି। ତେବେ କିଛି ଶାଗୁଆନ୍‌ ଗଛ କାଟିବା ପାଇଁ ସରକାରଙ୍କ ଅନୁମତି ନିଆଯାଇଛି। ତେବେ କାଠ ଚୋରାଚାଲାଣ ନେଇ ସେ ମୁହଁ ଖୋଲିନଥିଲେ।

image