20 July 2017
6:06:06 PM
image
Sambad News
ଖୋର୍ଦ୍ଧା

ଖୋର୍ଦ୍ଧା: ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ

By Sambad | Date: Jan 12 2017 9:23AM
ଖୋର୍ଦ୍ଧା: ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ଖୋର୍ଦ୍ଧା: ଆଜି ସକାଳୁ ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଥାନା ଅନ୍ତର୍ଗତ ଗଡ଼ଖୋର୍ଦ୍ଧା ଛକରେ ରବୀନ୍ଦ୍ର ବିଶ୍ୱାଳ(୩୨)ନାମକ ଜଣେ ସ୍ଥାନୀୟ ଯୁବକଙ୍କ ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।  ତେବେ ରବୀନ୍ଦ୍ରଙ୍କୁ ପିଟି ପିଟି ହତ୍ୟା କରିବା ପରେ ଏକ ଆମ୍ବ ଗଛରେ ଝୁଲାଇ ଦିଆଯାଇଛି ବୋଲି ମୃତ ରବୀନ୍ଦ୍ରଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଶବ ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ରବୀନ୍ଦ୍ରଙ୍କ ବାମ ଛାତିରେ ଆଘାତ ଲାଗିଛି।