27 March 2017
12:16:50 AM
Sambad News
ଖୋର୍ଦ୍ଧା

ହାତୀ ଆକ୍ରମଣରେ ବନବିଭାଗ କର୍ମଚାରୀଙ୍କ ମୃତ୍ୟୁ

By Sambad | Date: Jan 10 2017 10:25AM
ହାତୀ ଆକ୍ରମଣରେ ବନବିଭାଗ କର୍ମଚାରୀଙ୍କ ମୃତ୍ୟୁ
The Indian Express

ଭୁବନେଶ୍ୱର / ଟାଙ୍ଗୀ: ଗତକାଲି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗଳାଯୋଡ଼ି ଠାରେ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବନବିଭାଗ କର୍ମଚାରୀ ସୁରେନ୍ଦ୍ର ବେହେରାଙ୍କର ଆଜି ଭୁବନେଶ୍ୱରରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ୧୫ଟି ହାତୀ ଭୁଷଣ୍ଡପୁର ଠାରୁ ମଙ୍ଗଳାଯୋଡ଼ି ମଧ୍ୟରେ ଆତଙ୍କ ସୃଷ୍ଟି କରୁଛନ୍ତି। ଏହି ହାତୀପଲଙ୍କୁ ଘଉଡ଼ାଇବା ପାଇଁ  ବନବିଭରଗ ପକ୍ଷରୁ ଉଦ୍ୟମ କରାଯାଇଥିଲା। ହାତୀ ଘଉଡ଼ାଉଥିବା ବେଳେ  ଏକ ହାତୀ ସୁରେନ୍ଦ୍ର ବେହେରା ନାମକ ଜଣେ ଅସ୍ଥାୟୀ ବନକର୍ମଚାରୀଙ୍କୁ ଆକ୍ରମଣ କରିଥିଲା। ଫଳରେ ଗୁରୁତର ସୁରେନ୍ଦ୍ରଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।