20 August 2017
7:06:24 PM
Sambad News
କୋରାପୁଟ

ନଦୀରେ ବୁଡ଼ି ୨ଛାତ୍ର ମୃତ

By Sambad | Date: Dec 30 2016 6:37AM
ନଦୀରେ ବୁଡ଼ି ୨ଛାତ୍ର ମୃତ

ସୁନାବେଡା : କୋରାପୁଟ ଜିଲ୍ଲା ସୁନାବେଡା ନିକଟସ୍ଥ ଚିକାପାର ଗ୍ରାମର ୨ଜଣ ସ୍କୁଲ ଛାତ୍ର କେରାଣ୍ଡି ନଦୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଚିକାପାର ଗ୍ରାମର ଭରତ କୁଲଦୀପ(୧୪) ଓ ମଜେଶ କୁଳଦୀପ ଗାଁର କିଛି ସାଙ୍ଗସାଥୀଙ୍କ ସହ ଗତକାଲି ଅପରାହ୍ନ ୩ଟାରେ ନିକଟସ୍ଥ କେରାଣ୍ଡି ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ଭରତ ଓ ମଜେଶ ନଦୀରେ  ବୁଡି ଯାଇଥିଲେ।   ଖବର ପାଇବା ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗ୍ରାମବାସୀ ନଦୀରୁ ଉଭୟଙ୍କ ଶବ ଉଦ୍ଧାର କରି ଗାଁକୁ ଆଣିଥିଲେ।