26 April 2017
1:27:48 PM
image
Sambad News
କୋରାପୁଟ

ନାବାଳିକାକୁ ଦୁର୍ଷ୍କମ ଅଭିଯୋଗ: ପୁଲିସ ହେପାଜତରେ ନାବାଳକ

By Sambad | Date: Dec 31 2016 10:42AM
ନାବାଳିକାକୁ ଦୁର୍ଷ୍କମ ଅଭିଯୋଗ: ପୁଲିସ ହେପାଜତରେ ନାବାଳକ

ଡାବୁଗାଁ: ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଡାବୁଗାଁ ପୁଲିସ ଜଣେ ନାବାଳକକୁ ନିଜ ହେପାଜତରେ ରଖିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟାରେ ନାବାଳିକାର ବାପା ଓ ମା’ ନିଜର ଦୋକାନ ବନ୍ଦ କରୁଥିଲେ। ଏହି ସମୟରେ ଦୋକାନ ପାର୍ଶ୍ୱରେ ଥିବା ନିଜ ଓମିନି ଗାଡି ଭିତରେ ନାବାଳିକା ଓ ତା’ର ଭାଇ ଖେଳୁଥିଲେ। ଏହି ସମୟରେ ଜଣେ ନାବାଳକ ଏହି ଗାଡି ଭିତରେ ପଶି ନାବାଳିକାକୁ ଦୁଷ୍କର୍ମ କରିଥିଲା। ଅନ୍ୟପଟେ ଗାଡି ଭିତରୁ କାନ୍ଦ ଶୁଣି ତା’ର ବାପା ଓ ମା’ ଓମିନି ଗାଡିର ଡୋର୍‌ ଖୋଲି ଦେଖିବା ବେଳକୁ ତାଙ୍କ ଝିଅକୁ ଜଣେ ନାବାଳକ ଦୁଷ୍କର୍ମ କରୁଥିବା ଦେଖିଥିଲେ।

ଏହାପରେ ନାବାଳକ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଏନେଇ ନାବାଳିକାର ବାପା ଓ ମା’ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ସଂପୃକ୍ତ ନାବାଳକକୁ ଥାନାକୁ ଆଣି ନିଜ ହେପାଜତରେ ରଖିଛି। ଏନେଇ କେଶ୍‌ ନଂ- ୩୭୬/୧୬ ଓ ପୋକ୍‌ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇ ନବରଙ୍ଗପୁର ମେଡିକାଲରେ ନାବାଳିକାର ଡାକ୍ତରୀ ମାଇନା କରାଯାଇଥିଲା। ଆସନ୍ତାକାଲି ନାବାଳକର ଡାକ୍ତରୀମାଇନା କରିବା ପରେ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯିବା ପରେ ବ୍ରହ୍ମପୁର କିମ୍ବା ଗୁଣପୁର ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି। ଡାବୁଗାଁ ଥାନା ସେକେଣ୍ଡ ଅଫିସର ପିତାମ୍ବର ସାଗର ଏହି ମାମଲାର ତଦନ୍ତ କରୁଛନ୍ତି।
 

image