29 April 2017
8:59:02 AM
image
Sambad News
କୋରାପୁଟ

ଗଞ୍ଜେଇ ମାଫିଆଙ୍କ କାରନାମା

ଟେଲିଫୋନ୍‌ ଲାଇନ୍‌ କାଟି ଗଞ୍ଜେଇ ଚାଲାଣ

By Sambad | Date: Dec 31 2016 11:02AM
ଗଞ୍ଜେଇ ମାଫିଆଙ୍କ କାରନାମା

ଲମତାପୁଟ:ସାମ୍ନାକୁ ଆସିଛି ଗଞ୍ଜେଇ ମାଫିଆଙ୍କ ବିଚିତ୍ର କାରନାମା। ଗଞ୍ଜେଇ ଚାଲାଣ ବେଳେ ପୋଲିସ ଏବଂ ଅବକାରୀ ବିଭାଗ ନିକଟରେ ଯେଭଳି କୌଣସି ସୂଚନା ପହଞ୍ଚି ନ ପାରିବ ସେଥିପାଇଁ ବ୍ୟବସ୍ଥିତ ଯୋଜନା କରିଛନ୍ତି ଏମାନେ । ଏଥିପାଇଁ ସେମାନେ ବିଏସଏନଏଲ ଲ୍ୟାଣ୍ଡଲାଇନକୁ କାଟିଦେଉଛନ୍ତି। ମାଛକୁଣ୍ଡ ଯିବା ରାସ୍ତାରେ ବିଏସଏନଲ ଲ୍ୟାଣ୍ଡଲାଇନ କାଟି ଦିଆଯାଇଥିବା ବେଳେ ଏଥିପାଇଁ ସ୍ଥାନୀୟ ଲୋକେ ଗଞ୍ଜେଇମାଫିଙ୍କୁ ଦାୟୀ କରିଛନ୍ତି।   କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ହେଉଛି ଗଞ୍ଜେଇ ମାଫିଆଙ୍କ ଆଡାସ୍ଥଳ। କିଛି ଦିନ ହେଲା ବିମୁଦ୍ରାକରଣ ଯୋଗୁଁ ଏହି ବ୍ୟବସାୟ ଟିକେ ଧିମେଇ ଯାଇଥିଲା।

ଏବେ ପୁଣି ଜୋରସୋର ଚାଲିଥିବା ଜଣାପଡ଼ିଛି। ବାରମ୍ବାର ପୋଲିସ ଦ୍ୱାରା ଧରାପଡୁଥିବାରୁ ଗଞ୍ଜେଇ ମାଫିଆମାନେ ନୂଆ ତରିକା ଆପେଣେଇଛନ୍ତି। ଏହି ଗଞ୍ଜେଇ ବ୍ୟବସାୟୀଙ୍କ ଭିନ୍ନ ଭିନ୍ନ ଗୋଷ୍ଠୀ ରହିଛି। ଏମାନଙ୍କ ମଧ୍ୟରେ ଗୋଛି କଟାକଟି ଲାଗିରହିଛି। କହାର ଗଞ୍ଜେଇ ବୋଝେଇ ଗାଡ଼ି ଗଲେ ଅନ୍ୟ ଏକ ଗୋଷ୍ଠୀ ଫୋନ କରି ପୋଲିସକୁ ଜଣାଇଦିଅନ୍ତି। ଏମିତି ଚାଲେ ଛକାପଞ୍ଝା। ତେଣୁ କିଛି ଗଞ୍ଜେଇ ମାଫିଆ ରାତି ହେଲେ ବିଏସଏନଏଲ ଲ୍ୟାଣ୍ଡଲାଇନକୁ କାଟିଦେଉଛନ୍ତି। ଫଳରେ ମାସରେ ୨୦ ଦିନ ବିଏସଏନଏଲ ସେବା ରହୁନି।

 ମାଛକୁଣ୍ଡ ଯିବା ରାସ୍ତାରେ ଏଭଳି ତାର କାଟି ଦିଆଯାଇଥିବା ଦେଖିବାକୁ ମିଳିଥିଲା। ଏଠାରେ ବାରମ୍ବାର ଲ୍ୟାଣ୍ଡଲାଇନ କଟୁଥିବାରୁ ଗଞ୍ଜେଇ ମାଫିଆଙ୍କ ଉପରେ ଲୋକଙ୍କ ସନ୍ଦେହ ଦୃଢୀଭୁତ ହୋଇଛି। ଏମାନଙ୍କ ସହ  ବିଭାଗର କିଛି କର୍ମଚାରୀ ହାତ ମିଳାଇଥିବା ଅଭିଯୋଗ ଉଠିଛି। କିଛିଦିନ ତଳେ ଲମତାପୁଟ ଠାରୁ ଜୟପୁର ଯିବା ରାସ୍ତାର ପେଟା ଘାଟି ନିକଟରେ ଗଞ୍ଜେଇ ଗାଡି ଧରାଯାଇଥିଲା।

ସେଠାରେ ପ୍ରାୟ ୬ କୁଇଣ୍ଟାଲ ଗଞ୍ଜେଇ ଧରାଯାଇଥିବା ପଚାର ହେଲା। କିନ୍ତୁ  କୌଣସି ଥାନାକୁ  ଅବଗତ କରାଯାଇ ନ ଥିବା ଜଣାପଡ଼ିଲା। ସେହିପରି ଜଲ୍ଲାପୁଟ ପାୱାର ହାଉସ ନିକଟରେ ଗଞ୍ଜେଇ ବୋଝେଇ ଗାଡି ଧରାଯାଇଥିଲା । ସେଠାରେ ମଧ୍ୟ ୨କୁଇଣ୍ଟାଲ ଗଞ୍ଜେଇ ଧରା ହୋଇଥିବା ଚର୍ଚ୍ଚା ହୋଇଥିଲା। ହେଲେ ଏନେଇ  ଜଲ୍ଲାପୁଟ ଥାନା କିମ୍ବା ନନ୍ଦପୁର ଥାନାରେ  ଖବର ନଥିଲା।

image